ଅର୍ଗସ ବ୍ୟୁରୋ: ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ଏକ ଘରେ ନିଆଁ ଲାଗି ମା’ ଓ ଝିଅଙ୍କ ମୃତ୍ୟୁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ କ୍ଷ ମାଁ ଙ୍କ ବୟସ ୯୦ ହୋଇଥିବା ବେଳେ ଝିଅ ୬୨ ବର୍ଷ ବୋଲି ଜଣାପଡିଛି । ମୃତ ମା’ ହେଉଛନ୍ତି ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ । ଝିଅ ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ ମା’ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣାଟି ବିଳମ୍ବିତ ରାତିରେ ଘଟିଛି । ଦୁଇ ମହଲା ଘରର ଉପର ରୁମରେ ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ସକାଳୁ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବ । ତେବେ ଏହା ହତ୍ୟା ନା ଆଉ କଣ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସୁନନ୍ଦା । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଏବଂ ସ୍ୱାମୀ ଦେବେନ୍ଦ୍ର ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ କିଛି ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ। ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଗଲେ। କିନ୍ତୁ ଏଯାଏଁ ବାବୁଙ୍କ ଚେୟାର ନିଶା ଛାଡିନି। ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ। ଗତ୨୩.୧୦.୨୦୨୪ରେ କୋଟିପତି ମୂଖ୍ୟଯନ୍ତ୍ରୀ ତଥା ବୈତରଣୀ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ରାଜ୍ୟର ୧୦ଟି ସ୍ଥାନରେ ଚଢାଉ କରି ୨୮ଟି ଜାଗା , ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଠାବ ହୋଇଥିଲା । ଆୟ ଠାରୁ ୧୧୨ ଗୁଣ ଅଧିକ ସଂପତି ଠାବ କରିଥିଲା ଭିଜିଲାନ୍ସ। କିନ୍ତୁ ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ ।
ଆଶ୍ଚର୍ଯ୍ୟର କଥା ଏତେ ବଡ ଦୁର୍ନୀତି ପରେ ଏ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀଙ୍କ କ୍ଷେତ୍ରରେ ଆରମ୍ଭ ହୋଇନାହିଁ ଦଣ୍ଡ ବିଧାନ କାର୍ଯ୍ୟକ୍ରମ । ବାବୁଙ୍କ ବିରୋଧରେ କୋର୍ଟରେ ସମ୍ପୁର୍ଣ୍ଣ ଚାର୍ଜସିଟ୍ ଦାଖଲ କରିନାହିଁ ଭିଜିଲାନ୍ସ ବିଭାଗ। ଦୁର୍ନୀତିଖୋର ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ ପରେ କୈଳାସ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: