ଅର୍ଗସ ବ୍ୟୁରୋ:ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ବିରଭୁଇଁ ଗ୍ରାମର ଧାନକୋଇଲି ଜଙ୍ଗଲରୁ ଶିକାରୀ ଗିରଫ, ୨ କେଜି ଜିଆଇ ତାର ଜବତ ହୋଇଛି । ବନବିଭାଗ ପକ୍ଷରୁ ଜଙ୍ଗଲରେ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଜନ୍ତୁ ଶୀକାର ଉଦେଶ୍ୟରେ ଜଙ୍ଗଲରେ ଶିକାରୀ ନରତ୍ତମ ଦେହୁରୀ ଜିଆଇ ତାର ମାଧ୍ୟମରେ ବିଦ୍ୟୁତ ସଂଯୋଗ କରି ଶିକାରୀ କରୁଥିଲା । ବନ କର୍ମଚାରୀ ଶିକାରୀକୁ ଗିରଫ କରିବା ସହ ତାର ଓ ବ୍ୟବହୃତ ୩୦ଟି କାଚ ବୋତଲ ଜବତ କରାଯାଇଛି
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସୁନନ୍ଦା । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଏବଂ ସ୍ୱାମୀ ଦେବେନ୍ଦ୍ର ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ କିଛି ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ। ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଗଲେ। କିନ୍ତୁ ଏଯାଏଁ ବାବୁଙ୍କ ଚେୟାର ନିଶା ଛାଡିନି। ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ। ଗତ୨୩.୧୦.୨୦୨୪ରେ କୋଟିପତି ମୂଖ୍ୟଯନ୍ତ୍ରୀ ତଥା ବୈତରଣୀ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ରାଜ୍ୟର ୧୦ଟି ସ୍ଥାନରେ ଚଢାଉ କରି ୨୮ଟି ଜାଗା , ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଠାବ ହୋଇଥିଲା । ଆୟ ଠାରୁ ୧୧୨ ଗୁଣ ଅଧିକ ସଂପତି ଠାବ କରିଥିଲା ଭିଜିଲାନ୍ସ। କିନ୍ତୁ ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ ।
ଆଶ୍ଚର୍ଯ୍ୟର କଥା ଏତେ ବଡ ଦୁର୍ନୀତି ପରେ ଏ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀଙ୍କ କ୍ଷେତ୍ରରେ ଆରମ୍ଭ ହୋଇନାହିଁ ଦଣ୍ଡ ବିଧାନ କାର୍ଯ୍ୟକ୍ରମ । ବାବୁଙ୍କ ବିରୋଧରେ କୋର୍ଟରେ ସମ୍ପୁର୍ଣ୍ଣ ଚାର୍ଜସିଟ୍ ଦାଖଲ କରିନାହିଁ ଭିଜିଲାନ୍ସ ବିଭାଗ। ଦୁର୍ନୀତିଖୋର ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ ପରେ କୈଳାସ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: