ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ ବ୍ୟୁରୋ: ମକର ସଂକ୍ରାନ୍ତି ପାଇଁ କେନ୍ଦୁଝର ଜିଲ୍ଲା ଉତ୍ସବ ମୂଖର ହୋଇ ଉଠିଥିବା ବେଳେ ଘଟଗାଁ ମା' ତାରିଣୀ ପୀଠରେ ମକର ବେଶ ଧୁମଧାମରେ ପାଳିତ ହେଇଛି । ମକର ଅବସରରେ ମା' ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ମାଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖାଯାଇଛି । ଭୋର ୪ ଟାରୁ ମା'ଙ୍କ ମାର୍ଜଣା, ମଙ୍ଗଳ ଆଳତୀ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ମା' ତାରିଣୀଙ୍କୁ ସୁନାବେଶରେ ସଜ୍ଜିତ କରାଇଥିଲା। ଏଥିସହ ମାଙ୍କ ନିକଟରେ ମକର ଚାଉଳ ଲାଗି କରାଯାଇଥିଲା। ତେବେ ଏହି ମକର ସଂକ୍ରାନ୍ତି ଅବସରରେ ମା'ଙ୍କ ମନ୍ଦିରରେ ସ୍ବତନ୍ତ୍ର ମକର ଚାଊଳ ଭୋଗ ହୋଇ ଭକ୍ତ ମାନଙ୍କୁ ଆଜି ବଣ୍ଟନ କରାଯ଼ାଇଛି। ମନ୍ଦିରରେ ଭକ୍ତଙ୍କ ସୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଯାଇଛି । ଯଥା ରୀତି ନୀତିରେ ମା'ଙ୍କ ପୂଜା ଚାଲଥିବା ବେଳେ ଅଧିକ ସଂଖ୍ୟାରେ ପୂଜକ ନିୟୋଜିତ ହୋଇ ଭକ୍ତଙ୍କ ସୃଙ୍ଖଳା ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି।
