ଅରୁଣ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୀତା ଅଭିଯୋଗ କରିଛନ୍ତି । କଣିହାଁ ଥାନା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍ ଚଳାଇଛି । ଘଟଣା ସ୍ଥଳରେ ଅତିରିକ୍ତ ଏସ୍ପି ଅନୀଲ କୁମାର ପ୍ରଧାନ, ପାଲଲହଡ଼ା ଏସଡ଼ିପିଓ ରଞ୍ଜିତା ସୁମନ ସିଂଙ୍କ ସମେତ କଣିହାଁ ଆଇଆଇସି କିଶୋର କୁମାର ସାମଲ ପ୍ରମୁଖ ପ୍ରାଥମିକ ଅନୁସନ୍ଧାନ ଚଳାଉଛନ୍ତି ।
ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ବିଭତ୍ସ ହତ୍ୟାକାଣ୍ଡ,୩ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କଲେ ମୃତକଙ୍କ ସ୍ତ୍ରୀ

ଅର୍ଗସ ବ୍ୟୁରୋ : ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ମୃତକ ଅରୁଣ ନାଏକଙ୍କ ସ୍ତ୍ରୀ ଅନୀତା ନାଏକ ରେଙ୍ଗାଳି ଥାନା କରଡାଖମଣ ଗ୍ରାମର ବାପ ଘରକୁ ୬ ଦିନ ତଳୁ ଯାଇଥିଲେ । ତେବେ ତାଙ୍କ ସ୍ୱାମୀଙ୍କୁ ସେହି ଗ୍ରାମର ସୁରେଶ ବେହେରା, କାତୁ ବେହେରା, ମଳିଆ ବେହେରା ଗୁଣିଗାରେଡ଼ି କରୁଥିବା ନେଇ ପୂର୍ବରୁ ଅରୁଣଙ୍କୁ ସନ୍ଦେହ କରି ଧମକ ଚମକ ଦେଇ ମାଡ଼ପିଟି କରିଥିଲେ ।
Download Argus News App
