ବିଲରେ ଧାନ ଚାଷ ସରିଲାପରେ ନଭେମ୍ବର ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୩ ମାସରୁ ସାଢେ ୩ମାସରେ ଶୋରିଷ ଅମଳ କରାଯାଇଥାଏ । ଏହା ଏକ ଅର୍ଥକାରି ଫସଲ ହେଇଥିବାରୁ ଚାଷୀ ମାନେ ଶୋରିଷ ଫୁଲର ମୁଞ୍ଜୀକୁ ତେଲକରି ବିକ୍ରୀ କରି ଥାଆନ୍ତି ।ଏବଂ ବେଶ ଦୁଇ ପଇସା ପାଇ ଘର ଚଳାଇବାରେ ସକ୍ଷମ ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ସରକାରୀ ସ୍ତରରୁ ବିହନ ବ୍ୟବସ୍ଥା ନଥିବାକୁ ବାହାର ବଜାରରୁ ଚଢା ଦରରେ କେଜି ପ୍ରତି ୩୦୦ ଟଙ୍କା ରେ କିଣି ଚାଷ କରିଥିବା ବେଳେ ସଠିକ ଭାବରେ ଗଛ ହୋଇନାହିଁ।ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ଙ୍କୁ ପଚାରିବାରୁ, ଆଉ ଦୁଇ ଦିନ ମଧ୍ୟରେ ସମସ୍ତ ଧାନ ଉଠାଇ ଦିଆଯିବ। ରାସ୍ତା ଅସୁବିଧା ହେଉଥିବାରୁ ଆମେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ଧାନ ଉଠାଇବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି।
ଅନ୍ୟ ପକ୍ଷରେ ବ୍ଲକ୍ ର ଓଏଲେଏମ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଶୋରିଷ ଚାଷ କରିବା ପାଇଁ ସହାୟତା ଯୋଗାଇ ଦିଆ ଯାଉଥିବା ବେଳେ ଯେଉଁ ମହିଳା ମାନେ ଶୋରିଷ ଚାଷ କରୁଛନ୍ତି ତାଙ୍କୁ କୌଣସି ପ୍ରକାର ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି। ଫଳରେ ଚାଷୀମାନେ ଖର୍ଚ୍ଚ ଅର୍ଥ ଓ ପାରିଶ୍ରମର ମୂଲ୍ୟ ପାଇବେ କି ନାହିଁ ବୋଲି ଚିନ୍ତାରେ ରହିଛନ୍ତି। ଫଳରେ ଚାଷ କାର୍ଯ୍ୟ ପାଇଁ ସରକାରୀ ଯୋଜନାର ସହଯୋଗ ପାଇଁ ଚାଷୀଙ୍କୁ ଯୋଗାଇବା ଦାବି କରିଛନ୍ତି।