ମାନବ ଜୀବନ ସବୁଠୁ ବଡ଼ ମୂଲ୍ୟବାନ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ପ୍ରଶଂସା କଲା। କୋଭିଡ଼ ପରିଚାଳନାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କଲେ। ଏହାର ବାସ୍ତବ ଚିତ୍ର ପ୍ରତିଫଳିତ ହେଉଛି। ଆଗକୁ ଆମେ ଖୁବ ଭଲ କରିବୁ ବୋଲି କହିଛନ୍ତି ବିଜେଡି ସାଂସଦ ସୁବାଷ ସିଂ।
ଅର୍ଗସ ବ୍ୟୁରୋ: ଦେଶରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ୨୧ବର୍ଷ ଶାସନରେ ରହିବା ପରେ ନବୀନଙ୍କ କୌଣସି ବିକଳ୍ପ ସୄଷ୍ଟି ହୋଇ ନାହାନ୍ତି ବୋଲି ଦାବି କରିଛନ୍ତି ବିଜେଡି ସାଂସଦ ସୁବାଷ ସିଂ। ଫଳରେ ବିକଳ୍ପ ସୄଷ୍ଟି ହୋଇ ନ ପାରିବା ହିଁ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢାଉଛି ବୋଲି ସେ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ହେଉ ଅଥବା କୋଭିଡ଼ ନିୟନ୍ତ୍ରଣ, ସବୁଥିରେ ଜନମଙ୍ଗଳ କାର୍ଯ୍ୟକ୍ରମ କାର୍ଯ୍ୟ ଲୋକପ୍ରିୟତା ବଢାଉଛି ବୋଲି ସିଂ କହିଛନ୍ତି।