ସେପଟେ ସରକାରଙ୍କ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଅଭିଭାବକ ଙ୍କ ଠୁ ନେଇ ପିଲା ମନାଙ୍କ ମଧ୍ୟରେ ଦେଖାଦେଇଛି ଖୁସିର ଲହର । ଦେଖନ୍ତୁ ଇଏ ହେଉଛି ବୋରିଗୁମା ବ୍ଲକ୍ ରାଣିଗଡ ପ୍ରଥାମିକ ବିଦ୍ୟାଳୟର ଦୃଶ୍ୟ । 1992 ମସିହାରେ ନିର୍ମାଣ ହୋଇଥିବା ଏହି ସ୍କୁଲ କୁ ଦୁଇ ବର୍ଷ ତଳୁ ବନ୍ଦ କରିଦିଆଯିବା ଦ୍ବାରା ପିଲାମାନଙ୍କୁ 8 କିଲୋମିଟର ବଣ ପାହାଡ ଅତିକ୍ରମ କରି ଅନ୍ୟ ସ୍କୁଲକୁ ଯିବାକୁ ପଡୁଛି । ସେହିପରି ପାଲଲହଡା ର ନୂଆ ସିଡିଙ୍ଗ ପ୍ରଥାମିକ ବିଦ୍ୟାଳୟରେ ବି ସମାନ ସ୍ଥିତି । ତେବେ ନୂଆ ସରକାର ଏହି ପରି ସ୍କୁଲ ଖୋଲିବାକୁ ଘୋଷଣା କରିବା ପରେ ସବୁଠି ଖୁସିର ଲହର ଦେଖିବାକୁ ମିଳିଛି ।
2020 ମସିହାରେ ବିଜେଡି ସରକାର ରାଜ୍ୟର 7 ହଜାର 478 ସ୍କୁଲ କୁ ସବୁଦିନ ପାଇଁ ବନ୍ଦ କରି ଦେଇଥିଲେ । ଗଜପତି ଜିଲ୍ଲାରେ 604 ସ୍କୁଲ ବନ୍ଦ ହୋଇଥିବା ବେଳେ କଟକରେ 529, ଗଞ୍ଜାମରେ 493, କନ୍ଧମାଳରେ 460 ଓ କୋରାପୁଟରେ 425 ଏହିଭଳି ବିଭିନ୍ନ ଜିଲ୍ଲାର ଏକାଧିକ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା । ଏପରିକି ପିଲାଙ୍କ ବିନତି ଓ ଅଭିଭାବକ ମାନଙ୍କ ଗୁହାରିକୁ ବି ଶୁଣିନଥିଲେ ସେତେବେଳର ବିଜେଡି ସରକାର । ଆଉ ଏବେ ପୁଣି ସେହି ସବୁ ସ୍କଲକୁ ଖୋଲିବା ଲାଗି ବିଜେପି ସରକାରର ନିଷ୍ପତ୍ତିକୁ ପ୍ରତ୍ୟୋକ ମହଲରେ ସ୍ୱାଗତ କରାଯ।ଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: