ଏହାପରେ ୨୦୧୩ ମସିହାରେ ଚାଣ୍ଟିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଚାଣ୍ଟି ୨୦୧୮ ମସିହାରେ ବେଲରେ ବାହାରିଥିବା ବେଳେ ଏହାପରେ ସେ ଆଉ କୋର୍ଟରେ ହାଜର ହେଉନଥିଲା। ବିଏସଏଫ୍ ଯବାନଙ୍କ ହତ୍ୟା ଘଟଣାରେ ଏନ୍ଆଇଏ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଚାଣ୍ଟିକୁ ଖୋଜୁଥିଲା ଏନ୍ଆଇଏ। ଆଜି ଏନ୍ଆଇଏର ଏକ ଟିମ ସ୍ୱାଭିମାନ ଅଂଚଳରୁ ଚାଣ୍ଟିକୁ ଗିରଫ କରିଛି। ଓଡ଼ିଶା ପୁଲିସ ସହାୟତାରେ ଏହି ଗିରଫଦାରୀ ହୋଇଛି । ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ପୂର୍ବରୁ ମଧ୍ୟ ମାଲକାନଗିରି ପୁଲିସ ଚାଣ୍ଟିକୁ ଗିରଫ କରିଛି ।
ସ୍ୱାଭିମାନ ଅଂଚଳରୁ କୁଖ୍ୟାତ ନକ୍ସଲ ଚାଣ୍ଟିକୁ ଗିରଫ କଲା ଏନ୍ଆଇଏ

ଅର୍ଗସ ବ୍ୟୁରୋ: NIA କବଜାରେ କୁଖ୍ୟାତ ନକ୍ସଲ ଚାଣ୍ଟି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ କୁଖ୍ୟାତ ନକ୍ସଲ ଚାଣ୍ଟିକୁ ଗିରଫ କଲା ଏନ୍ଆଇଏ । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ଓ ଏହି ଘଟଣା ରେ ୪ ଜଣ ଯବାନ ସହିଦ ଘଟଣାରେ ସାମିଲ ଥିଲା ଏହି ମାଓବାଦୀ ଚାଣ୍ଟି।
Download Argus News App
