ସ୍ମାର୍ଟସିଟିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ଖାଲି ସହର କାହିଁକି ରାଜ୍ୟର କୋଣ ଅନୁକୋଣରେ ଏବେ ଲୋକେ ଜଳ ସମସ୍ୟାରେ ଜୁଝି ହେଉଛନ୍ତି । କିଛି ଦିନ ପୂର୍ବେ ସମ୍ବଲପୁର ହୀରାକୁଦ ସ୍ଥିତ ମହମ୍ମଦପୁର ଗାଁରେ ଉତ୍କଟ ରୂପ ନେଇଥିବା ପାନୀୟ ଜଳ ସମସ୍ୟା । ଦୂଷିତ ପାଣି ପିଇ ହଇଜା ଭଳି ମାରାତ୍ମକ ରୋଗ ଶିକାର ହେଇଥିଲେ 43 ରୁ ବି ଉର୍ଦ୍ଧ୍ବ ଗ୍ରାମବାସୀ ।
ଅନେକ ଗୁରୁତର ହୋଇ ଯମ ଯନ୍ତ୍ରଣା ଭୋଗିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଚଳିତ ବର୍ଷ ରାୟଗଡ଼ା କାଶୀପୁର ଠାରୁ ଆରମ୍ଭ କରି ନବରଙ୍ଗପୁର ଏବଂ କୋରାପୁଟ ଜୟପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗର ଚିଞ୍ଚିରେ ବ୍ୟାପିଥିଲା ହଇଜା । ଏହି ଅଞ୍ଚଳରେ 10 ରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଥିଲେ । ସବୁଠୁ ବଡ଼ କଥା ହେଉଛି ଦୂଷିତ ଜଳ ପିଇ ରୋଗର ଶିକାର ପାଲଟିଛନ୍ତି ରାଜ୍ୟର ଅନେକ ଆଦିବାସୀ ।
କେନ୍ଦୁଝରରେ ଦୂଷିତ ପାଣି ପିଇ ଅଜଣା ରୋଗରେ 11 ରୁ ଉର୍ଦ୍ଧ୍ବ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଦେଶବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ହର ଘର ଜଳ ଯୋଜନା ଆପଣାଇଥିବାବେଳେ ଏହାକୁ ରାଜ୍ୟରେ ଲାଗୁ କରୁ ନାହାନ୍ତି ରାଜ୍ୟ ସରକାର । ନା ନିଯେ ଯୋଗାଉଛନ୍ତି ନା କେନ୍ଦ୍ର ଦେଉଥିବା ସୁବିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...