ଅର୍ଗସ ବ୍ୟୁରୋ : ସାଙ୍ଗଠନିକ ସୁଦୃଢତା ସହ ବିଜେପିର ଦଳୀୟ ଶକ୍ତି ବୃଦ୍ଧି ଏବଂ ବିଭିନ୍ନ ଲୋକାଭିମୁଖି ଯୋଜନାର ସୁବିନିଯୋଗ କିଭଳି ହେଉଛି ତାହା ସମୀକ୍ଷା କରିବା ପାଇଁ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଗୃହ, ଯୁବବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ତିନିଦିନିଆ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ମଧ୍ୟାହ୍ନରେ ତିନିମୁହାଣୀ ଛକରେ ପହଁଚିବା ପରେ ମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ଦିନର କାର୍ଯ୍ୟସୂଚୀ ଅନୁସାରେ ଏଠାରେ ପହଞ୍ଚିବା ପରେ ସ୍ଥାନୀୟ ଗରାପୁରର ଏକ ଘରୋଇ ମଣ୍ଡପରେ ଲୋକସଭା କୋର କମିଟି ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ବିଜେପିର ସମସ୍ତ ମୋର୍ଚ୍ଚା ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରାମାଣିକ । ସନ୍ଧ୍ୟାରେ ବିଚାର ପରିବାର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ପରେ ଆଜିର ଗସ୍ତ କାର୍ଯ୍ୟକ୍ରମ ସମାରୋପ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ମିଡିଆ ସେଲ ପ୍ରମୁଖ ନେହୁର ସାହୁ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।