୪ ସେପ୍ଟେମ୍ବର ୨୦୨୩ରେ ତତ୍କାଳୀନ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ମେଡିକାଲର ଆଇପିଡି ଗୃହ ଉଦ୍ଘାଟନ କରିଥିଲେ । ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ସେହିପରୀ ଚିକିତ୍ସାଳୟରେ ଚକ୍ଷୁ ରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ ସମେତ ଅନ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନ ଥିବାରୁ ସାଧାରଣ ରୋଗୀଙ୍କୁ ବାରିପଦା ଯିବାକୁ ପଡୁଛି। ଏହାଛଡ଼ା ଡାକ୍ତରଖାନରେ ପ୍ରସୂତି ରୋଗ ବିଶେଷଜ୍ଞ ଥାଇ ମଧ୍ୟ ୬୦ ପ୍ରତିଶତ ପ୍ରସ୍ତୁତି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟ ପ୍ରସୂତି ମହିଳା ମାନଙ୍କୁ ମଧ୍ୟ ଶର୍ଯା ମିଳୁ ନ ଥିବାରୁ ଅଧିକାଂଶ ସମୟରେ ଚଟାଣରେ ଶୋଇ ଚିକିତ୍ସା ହେବା ପାଇଁ ପଡ଼ୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର