ସରକାର ଯୋଜନା କାହା ପାଇଁ କରୁଛନ୍ତି ..? ଯେଉଁମାନେ ଏ ସବୁ ଯୋଜନା ପାଇବାର ହକଦାର ସେମାନେ ତ ପାଉନାହାଁନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧାଙ୍କ ପ୍ରଶ୍ନ ଯେ, ଭୋଟ ଦେଉଛୁ ହେଲେ ଆମ ପାଇଁ କିଛି କରୁନାହାନ୍ତି କଣ ପାଇଁ ରାଜ୍ୟ ସରକାର । ଭୋଟ ନେଲା ବେଳେ ଗୋଡ ହାତ ଧରି ଦେଉଛନ୍ତି। ସରକାରକୁ ଆସିଲା ପରେ ଗୋଇଠା ମାରିଦେଉଛନ୍ତି। ଗାଁ ର ବନମାଳୀ ନାଏକ, ତାରା ନାଏକ ମଧ୍ୟ ଆବାସ ଏବଂ ଭତ୍ତାରୁ ବଞ୍ଚିତ । ରାତିରେ ଭଙ୍ଗା ଗରେ ଦିଶୁଛନ୍ତି ଜହ୍ନ ତାରା.. ଦିନରେ ସୂର୍ଯ୍ୟ କିରଣ ପଡୁଛି ଏ କୁଡିଆରେ। ୨୫ ବର୍ଷର ସ୍ଥିର ସରକାରରେ ଅତି ଦୟନୀୟ ଭାବେ ଅବହେଳିତ ବୃଦ୍ଧବୃଦ୍ଧା । ବାରମ୍ବାର ଅଭିଯୋଗ ଗୁହାରି .ନେହୁରା ହୁଅନ୍ତି ପରେ ବି ଆଖି ଲୁହ ଆଖିରେ ଶୁଖୁଛି । ନବୀନ ବାବୁଙ୍କ ଶାସନ ବ୍ୟବସ୍ଥା ରେ କଣ ବଦ୍ଧାବୃଦ୍ଧ ବେସାହାରା।
ଅଧିକ ଦେଖନ୍ତୁ :