ଏହିଭଳି ଭାବେ ୧୦ ଦିନ ଭିତରେ ୧୩ ଟି ବଡ ଘୋଷଣା କରିଛନ୍ତି ସରକାର । ତେବେ ହଜାରେ ଟଙ୍କା ବଣ୍ଟା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି ୨୪ ବର୍ଷ ହେଲା କୁଆଡେ ଥିଲେ ସରକାର ? ହଜାରେ ଟଙ୍କାରେ ଗରିବ ଲୋକଙ୍କ ଅବସ୍ଥା ସୁଧୁରି ଯିବ କି ? ଏ କେବଳ ନିର୍ବାଚନ ସର୍ବସ୍ବ ଘୋଷଣା । କଂଗ୍ରେସ କହିଛି ଏଭଳି ଘୋଷଣା ଦ୍ଵାରା ସରକାରଙ୍କ ଉପରେ ଆଗାମୀ ଦିନରେ ଆର୍ଥିକ ବୋଝ ପଡିପାରେ । ବିଜେଡ଼ି ର ଜବାବ୍ ବର୍ଦ୍ଧିତ ଦର ଦାମ ପାଇଁ ହଜାରେ ଟଙ୍କା ବେଶ୍ ସହାୟକ ହେବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଷଷ୍ଠ ଥର ନିର୍ବାଚନ କୁ ଯାଉଥିବା ବିଜେଡ଼ି ସରକାର ବିରୋଧରେ ସୃଷ୍ଟି ହୋଇଛି ପ୍ରବଳ ଜନ ଅସନ୍ତୋଷ । ଏଭଳି ସ୍ଥିତିରେ ଭୋଟର୍ ଙ୍କୁ ଖୁସ କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ଦଳର ଏହି ସ୍କିମ ପଲିଟିକ୍ସ ବୋଲି କୁହାଯାଉଛି । ତେବେ ଏଠାରେ ପ୍ରଶ୍ନ ସରକାର ବିରୋଧୀ ହୱା କୁ ପ୍ରଶମିତ କରିବାକୁ ଏପରି ସରକାର ସ୍କୀମ ବର୍ଷା କରାଯାଉନି ତ ? ନିର୍ବାଚନ ପୂର୍ବରୁ ରାଜ କୋଷ ଅର୍ଥରେ ମାଳ ମାଳ ଯୋଜନା ଘୋଷଣା ସରକାରୀ ତହବିଲ କୁ ପ୍ରଭାବିତ କରିବନି ତ ? ଭୋଟ ପାଇଁ ଭଣ୍ଡାର ଖାଲି କରି ଘୋଷଣା ପରେ ଘୋଷଣା କରିବା କେତେ ସୁଦୂର ପ୍ରସାରି ହେବ ? ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ ଯୋଜନା ବନ୍ଦ ହୋଇ ସାରିଛି । ସେହିପରି କାଳିଆ ସହାୟତା ରାଶି ୧୦ ହଜାର ବଦଳରେ ୪ ହଜାର କୁ ଖସିଛି । ଏଭଳି ସ୍ଥିତିରେ ବର୍ତ୍ତମାନର ଘୋଷଣାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।