ଦେଖନ୍ତୁ ଭିଡିଓ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କୁଶ ପୁତ୍ତଳିକା ଦାହ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
ଗୋଟିଏ ପଟରେ ରାଜ୍ୟରେ 5T ମାଧ୍ୟମରେ ଗୁଣାତ୍ମକ ଶିକ୍ଷାଦାନ ଦିଆଯାଉଥିବା କଥା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟରେ୧୫୦୦୦ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷାରେ ଅନୁପସ୍ଥିତ ରହିବା ରାଜ୍ୟ ସରକାରଙ୍କ 5t ମାଧ୍ୟମରେ ଟ୍ରାନ୍ସଫରମେସନ ଅଫ ଏଜୁକେଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ପରିଷଦ ସିଧାସଳଖ ଅଭିଯୋଗ କରିଛି । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା,ପରୀକ୍ଷାର୍ଥୀ ପରୀକ୍ଷା ହଲରେ ଅନୁପସ୍ଥିତ ରହିବା ଇତ୍ୟାଦି ଘଟଣାକୁ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି ପରିଷଦର ଛାତ୍ରଛାତ୍ରୀ ।