ଅଧିକ ପଢନ୍ତୁ ଖେଳ ଖବର
ଏହାଛଡ଼ା ବାରବାଟୀକୁ ମ୍ୟାଚ ନ ଆସିବା ଘଟଣାରେ ଓସିଏ ବିସିସିଆଇକୁ ଅବଗତ କରାଇଛି । ରୋଟେସନ ଆଧାରରେ ମ୍ୟାଚ ଆସିଥାଏ । ତେଣୁ ଆଗାମୀ ଦିନରେ ବାରବାଟୀ ଟେଷ୍ଟ ଭେନ୍ୟୁ ହେବ ବୋଲି ସ୍ପଷ୍ଟ କରିଛି ଓସିଏ । ଷ୍ଟାଡିଅମରେ ଲାଲ ମୂର୍ତ୍ତିକାରେ ପିଚରେ ପ୍ରସ୍ତୁତ ହୋଇଛି । ଏହାଛଡା ୩ଟି ଗ୍ୟାଲେରିକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏହାବ୍ୟତୀତ ପ୍ରତି ଦୁଇ ବର୍ଷକୁ ଥରେ ଉଭୟ ଜୁନିୟର ଓ ସିନିୟର ବର୍ଗରେ ଆନ୍ତକ୍ଲବ ଅନୁଷ୍ଠିତ ହେବ ।
ପୂର୍ବରୁ ଏହି କ୍ଲବ ମ୍ୟାଚ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । ତେବେ ଏହା ହେବା ଦ୍ୱାରା କ୍ଲବ କ୍ରିକେଟର ବିକାଶ ମଧ୍ୟ ହୋଇପାରି ବ। ଏହା ସହ ଆନ୍ତଜିଲ୍ଲା ସ୍କୁଲ କ୍ରିକେଟକୁ ମଧ୍ୟ ଫୋକସରେ ରଖିଛି ଓଡିଶା କ୍ରିକେଟ ସଂଘ । ତୃଣମୂଳ ସ୍ତରରୁ ଖେଳାଳି ଚୟନ କରିବା ପାଇଁ ଏହି ଆୟୋଜନ ଓସିଏ ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।