କୁଆଡେ ଗଲା ବିଜେଡିର 2014, 2019 ପ୍ରତିଶ୍ରୁତି ? ଆବାସ, ଶୀତଳଭଣ୍ଡାର, ପାଣି, ଚାଷୀଙ୍କୁ ବୋନସ୍ ଧୋକ୍କା ଦେଲେ...ଏବେ ପୁଣି ଥରେ ନିର୍ବାଚନ ଆସିଯାଇଥିବାରୁ ବୈତରଣୀ ପାର ହେବା ପାଇଁ ଲୋକଦେଖାଣିଆ ମାନିଫେଷ୍ଟୋର ମାଗିଲେ । କିନ୍ତୁ ଆଦର୍ଶ ଆଚରଣବିଧୀ ଲାଗୁ ହୋଇଥିବା ବେଳେ କିଏ ଦେଲା ଭି.କେ ପାଣ୍ଡିଆନଙ୍କୁ ଅନୁମତି, ସରକାରୀ ଷ୍ଟାଡିୟମରୁ କେମିତି ପାଣ୍ଡିଆନ୍ କଲେ ଦଳୀୟ ଘୋଷଣା ? ବିଜେପି ଅଭିଯୋଗ କରିଛି, ଆଦର୍ଶ ଆଚରଣବିଧିର ଇଏ ଖୋଲା ଉଲ୍ଲଘଂନ । ପୂର୍ବରୁ ବି ପାଣ୍ଡିଆନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନର ଆସିଥିଲା ଅଭିଯୋଗ । କାରଣ ଯାଜପୁର ବାରବାଟୀ ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବାକୁ ଏସସିବି ମେଡିକାଲ ଯାଇଥିବା ବେଳେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର , ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ...ଯାହାକୁ ନେଇ CEOଙ୍କ ପାଖରେ ଫେରାଦ ହୋଇଥି୍ଲା ବିଜେପି ।
ମିଛ କହିବାରେ ପାଣ୍ଡିଆନ ବୋଧହୁଏ କେହି କାଟିପାରିବେ ନାହିଁ । କାରଣ ଭୋଟରଙ୍କୁ ଭୂଆଁ ବୁଲାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ମିଛ କହିବାରେ ସେ ବ୍ୟସ୍ତ । କାରଣ ପୂର୍ବରୁ ଯେତେ ଥର ନିର୍ବାଚନ ଆସିଛି ସେତିକି ନୂଆ ମିଛ କହିଛନ୍ତି ରାଜ୍ୟ ସରକାର । ଲୋକଙ୍କ ସରକାର ବୋଲି ପ୍ରଚାର ଜୋରଦାର, ହେଲେ ବାସ୍ତବାତ ଭିନ୍ନ। ଏଭଳି ସମୟରେ କଳିଙ୍ଗ ଷ୍ଟାଡିୟମରୁ ମାନିଫେଷ୍ଟୋ ପାଇଁ ପାଣ୍ଡିଆନଙ୍କ ମତାମତ ମାଗିବା ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଛି।