କୋଟିଆରେ ପ୍ରାୟ ପ୍ରତିଦିନ ଆନ୍ଧ୍ର ଅନୁପ୍ରବେଶ କରୁଛି । କେତେବେଳେ ସ୍ବାସ୍ଥ୍ୟ ଶିବିର ତ କେତେବେଳେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ । ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଓ ସରକାରୀ ଦଳର ପ୍ରଚାର ପରେ ବି ଆମ ସରକାରଙ୍କ ନିଦ ଭାଙ୍ଗୁନି । ଫାଟୁସିନେରୀ, ଫଗୁଣ ସେନିରି, ମାଡକର ପରି ଗାଁରେ ଲାଗିଛି ତେଲୁଗୁ ପୋଷ୍ଟର ଆଉ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ। ଓଡିଆ ସ୍କୁଲରେ ଶିକ୍ଷକ ନାହାଁନ୍ତି । ତେଲୁଗୁ ସ୍କୁଲରେ ପାଠ ପଢୁଛନ୍ତି ଓଡିଆ ପିଲା । ପ୍ରଥମେ ଭାଷାକୁ ମାରି ସଂସ୍କୃତିକୁ ସମୁଳେ ବିନାଶ ପାଇଁ ଏଠି ଆନ୍ଧ୍ର ଯୋଜନା କରିଛି । ଗାଁରେ ଗାଁରେ କ୍ରସ ମିଶନ କରୁଛି । ଓଡିଆଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥଙ୍କ ମନ୍ଦିରରେ ତାଲା ପକାଇବାକୁ ବି ଯୋଜନା କରୁଛି ।
ଆଜି ବି ଭାଷା ସୁରକ୍ଷାରେ ୨୪ ବର୍ଷର ସରକାରର ବିଫଳତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସୀମାରେ ଓଡିଆ ଭାଷାର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଦୌ ଉଦ୍ୟମ କରିନାହାଁନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏସବୁ ଗାଁକୁ ଗସ୍ତ କରି ଓଡିଆ ଭାଷା ଓ ସଂସ୍କୃତି ବଂଚାଇ ରଖିବାକୁ ପ୍ରୟାସ କରିଛନ୍ତି କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।
ଓଡିଶା ଭିତରେ ଥାଇ ବି ଲୋକେ ଓଡିଆ କହୁନାହାଁନ୍ତି । ଓଡିଶା ଭିତରେ ଲୋକଙ୍କ ଘରେ ଲାଗିଛି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଫଟୋ । ଏଠି ଓଡିଶା ଅଧିକାରୀଙ୍କ ପାଦ କେବେ ପଡେନି । ନିର୍ବାଚନ ପୂର୍ବରୁ ନେତାଙ୍କ ଦେଖା ମିଳେ ତା ପରେ ଗାୟବ । ଆଶ୍ଚର୍ଯ୍ୟର କଥା ଗଜପତି ଜିଲ୍ଲା ପ୍ରଶାସନ ବି ଏ ଗାଁକୁ ଗୁଡିଖୁଡି ନାଁ ଦେଇଛି । ଦୁଇ ଜିଲ୍ଲାର ସୀମାରେ ଥିବା ଏ ଗାଁରେ କିନ୍ତୁ ଆନ୍ଧ୍ରର ଆଧିପତ୍ୟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଲେଶ୍ବର ଜିଲ୍ଲା ଭୋଗରାଇର ଶଙ୍ଖାମେଦି ଗାଁ, ଓଡିଶାରେ ଥାଇ ବି ଅଛି ପଶ୍ଚିମବଙ୍ଗ ମାନଚିତ୍ରରେ । ଲୋକଙ୍କ ଅଭିଯୋଗ ଓଡିଶା ସରକାର ଏମାନଙ୍କୁ ଆଡ ଆଖିରେ ଚାହୁଁନାହାଁନ୍ତି । ଲୋକେ ଯୋଜନାର ସୁଫଳ ପାଉନାହାଁନ୍ତି । ହେଲେ ପଶ୍ଚିମବଙ୍ଗ ଦେଉଛି ସବୁ ସୁବିଧା । ତେଣୁ ମନ ଓଡିଶାରେ ଥିଲେ ବି ପଶ୍ଚିମବଙ୍ଗର ପ୍ରଂଶସା କରୁଛନ୍ତି ଶଙ୍କାମେଦି ଗାଁ ଲୋକେ । କିଛି ଦିନ ତଳେ କୋଟିଆରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ତାଲା ପକାଇବା ଉଦ୍ୟମ ହୋଇଥିଲା । ଯଦି ଜଗନ୍ନାଥ ରହିବେ ତାହାହେଲେ ଓଡିଆ ଭାବାବେଗ ରହିବ । ସେଥିପାଇଁ ଏହାକୁ ଭଣ୍ଡୁର କରିବା ପାଇଁ ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିବା ମିଶନର ମୁଣ୍ଡି ମାରିବାକୁ ଜଗନ ଏବେ ଲାଗିପଡିଛନ୍ତି ।