ଭୁବନେଶ୍ୱର: ଆଜି ସିଭିଲ୍ ସର୍ଭିସ୍ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଦୁଃଖ ଓ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଧର୍ଯ୍ୟ ଓ ସମ୍ବେଦନଶୀଳତା ସହ ଲୋକଙ୍କ ପାଖରେ ରହିବାକୁ ନବ ନିଯୁକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେ ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ରହିଛି ଏଥିରେ ମୁଖ୍ୟ ଫୋକସ୍ ହେଉଛି କିଭଳି ଲୋକଙ୍କ କଲ୍ୟାଣ ହେବ । ଆଉ ଲୋକମାନଙ୍କ ସମସ୍ୟା ଦୂର ହେବ । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରେ 106 ଜଣ ସିଭିଲ ସର୍ଭିସ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ନବନିଯୁକ୍ତ ଅଧିକାରୀଙ୍କ ମଧ୍ୟରେ ୪୨ ଜଣ ମହିଳା ଥିବା ବେଳେ ଓ ୪ ଜଣ ଭିନ୍ନକ୍ଷମ ରହିଥିବା ଜଣାପଡ଼ିଛି ।
ଏହା ସହ ଅଧିକାରୀଙ୍କୁ ଆହୁରି ପରାମର୍ଶ ଦେଇଛନ୍ତି ଯେ, ସମସ୍ତେ 5T ମନ୍ତ୍ରକୁ ଆଧାର କରି କାର୍ଯ୍ୟ କରିବେ । 5T ମନ୍ତ୍ର ହେଉଛି Technology, Transparency, Teamwork, Transformation, Time ।
