ଲୋକଙ୍କୁ ଭୁତେଇବାରେ ନବୀନ ନମ୍ବର ୱାନ । ଆଉ ନୁହେଁ ତ କଣ ? ପ୍ରତିଥର ଭୋଟ୍ ଆସିବା ପୂର୍ବରୁ ଅମକ ଦେବୁ ସମୟ ଦେବୁ...ରାଇଜଟାକୁ ସୁନା କରିଦେବୁ ବୋଲି କେତେ କଣ ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିବା ପରେ ଲୋକଙ୍କ ସମସ୍ୟା କଥା ଭୁଲି ଯାଆନ୍ତି । କାରଣ ରାଜ୍ୟରେ ଯେତେ ମାତ୍ରାରେ ପନିପରିବ ଉତ୍ପାଦନ ହେଉଛି ତାହାକୁ ରଖିବାକୁ ଶୀତଳଭଣ୍ଡାଳର ଘୋର ଅଭାବ ରହିଛି । ବାରମ୍ବାର ଶୀତଳଭଣ୍ଡାର କରିବାକୁ ଦାବି ହେବା ପରେ ବି ଏଯାଏଁ ହୋଇପାରିଲା ନାହିଁ । ଯାହାର ପରିଣାମ ସ୍ଵରୂପ ହୁ ହୁ ହୋଇ ବଢୁଛି ଦର ।
ରାଜ୍ୟରେ ହଠାତ୍ ଅସ୍ଵାଭାବିକ ଭାବେ ବଢ଼ିଚାଲିଛି ଆଳୁ ଦର । ଗଲା ୧୦ ଦିନ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି । ରାଜ୍ୟରେ ହେଉଥିବା ଆଳୁ ଉତ୍ପାଦନ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ । ଏଣୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆମଦାନୀ ଆଳୁ ହିଁ ମେଣ୍ଟାଏ ଆମ ଓଡ଼ିଶାର ଚାହିଦା । କଟକ ଛତ୍ରବଜାର ବ୍ୟବସାୟୀଙ୍କ ଅନୁସାରେ ପଶ୍ଚିମବଙ୍ଗରୁ ଏବେ କମ୍ ପରିମାଣର ଆଳୁ ଆସୁଥିବାରୁ ସୃଷ୍ଟି ହୋଇଛି ଦରବୃଦ୍ଧି ସ୍ଥିତି। କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ନନ୍ଦପୁରରେ ହୁଏ ଆଳୁ ଉତ୍ପାଦନ। କିନ୍ତୁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ସଂରକ୍ଷିତ କରିପାରନ୍ତି ନାହିଁ। ଅମଳ ଋତୁରେ ଖୁବ୍ କମ୍ ଦରରେ ବିକ୍ରି କରନ୍ତି । ଯେଉଁଥି ଲାଗି ତ ଆଳୁ ଦର ଏବେ ବେଲଗାମ୍ ।
କେବଳ ଆଳୁ ଦର ବଢିଛି ତାହା ନୁହେଁ ବରଂ ଅଦା ଓ ରସୁଣ ବି ତାଳ ଦେଇ ବଢୁଛି । ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । କଥା ହେଲା ସରକାରଙ୍କର ଭୁଲ ଲାଗି ଏମିତି ଅବସ୍ଥା ହୋଇଥିବା ବେଳେ ନବୀନ ବାବୁ କିନ୍ତୁ ଏନେଇ ବେଫିକର ଅଛନ୍ତି । ଯାହାକୁ ନେଇ ବଢିଲାଣି ଚର୍ଚ୍ଚା ।