ଘର
ଓଡ଼ିଶା
ଭାରି ପଡ଼ିଲା ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ଗିରଫ କଲା ଇଓଡବ୍ଲୁ
ଭାରି ପଡ଼ିଲା ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ଗିରଫ କଲା ଇଓଡବ୍ଲୁ
by Jitendra Dash
Odisha
| Fri, Dec 08 | 6:55 p.m.
ଅର୍ଗସ ବ୍ୟୁରୋ : ବ୍ୟାଙ୍କ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀ ଗିରଫ । ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ପୂର୍ବତନ ଏଗ୍ରିକଲଚରାଲ୍ ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । କଟକ ଭଦ୍ରେଶ୍ବର ବ୍ରାଞ୍ଚରେ ଠକେଇ ନେଇ ଅଭିଯୋଗ ହୋଇଥିଲା । ସେଣ୍ଟ୍ରାଲ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟଳୟର ମୁଖ୍ୟ ଏନେଇ ଅଭିଯୋଗ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଣ୍ଟ୍ରାଲ୍ କିସାନ କ୍ରେଡିଟ୍ କାର୍ଡ ଏବଂ ଟ୍ରମ୍ ଲୋନ ଆକାଉଣ୍ଟରେ ସରକାରୀ ସବସିଡି ଟଙ୍କାକୁ ଆତ୍ମସାତ କରିଥିଲେ ଏହି ଦୁଇ ଅଧିକାରୀ । ବିନା ସ୍ବୀକୃତିରେ ଫେକ୍ ଡକ୍ୟୁମେଣ୍ଟ ପ୍ରସ୍ତୁତି କରି ଫେକ୍ ଟ୍ରାଞ୍ଜାକ୍ସନ କରି ବ୍ୟାଙ୍କକୁ ଟଙ୍କା ଆତ୍ମସାତ କରିଥିଲେ । ୩ କୋଟି ୩୩ଲକ୍ଷ ୫୨ହାଜର ୬୦୨କୋଟି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏମାନଙ୍କ ପାଖରୁ ବିଭିନ୍ନ ପ୍ରକାର କାଗଜ ପତ୍ର ଜବତ ହୋଇଛି ।