ଭୁବନେଶ୍ୱର: ଥମୁନି ବାତ୍ୟା ଦୁର୍ଦ୍ଦଶା । ଫୋନି ବିଭୀଷିକାକୁ 14 ଦିନ ବିତିଗଲାଣି । ହେଲେ ବାତ୍ୟା ପ୍ରପୀଡିତଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି 1 ହଜାର 341 କୋଟି ଟଙ୍କାର ଆର୍ଥିକ ସହାୟତା । ଅନେକ କ୍ଷେତ୍ରରୁ ଆସୁଛି ଶହ ଶହ କୋଟି ଟଙ୍କା । କିନ୍ତୁ କ୍ଷତିଗ୍ରସ୍ତଙ୍କ ପାଖରେ ସଠିକ ଭାବେ ସରକାରୀ ସହାୟତା ପହଞ୍ଚି ପାରୁନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।
ବାତ୍ୟାର ଆଁରେ ସର୍ବସ୍ୱ ହରାଇଥିବା ଲକ୍ଷ ଲକ୍ଷ ଲୋକ ସେମିତି ଭୋକ ଉପାସରେ ପଡିରହିଛନ୍ତି ଖୋଲା ଆକାଶ ତଳେ । ରାଜ୍ୟ ପରିସ୍ଥିତିର ମୁକାବିଲା କରିପାରୁନଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ନିର୍ବାଚନ ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାର ଖାମଖିଆଲି ଭାବେ ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି ବୋଲି ବିଜେପି କହିଛି । ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଯଥାଶୀଘ୍ର ପଦକ୍ଷେପ ନିଆନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ସେପଟେ ରିଲିଫ ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରିଛି ବିଜେଡି । ବିଦ୍ୟୁତ ଓ ପାନୀୟଜଳ ବିନା ଲୋକ କଷ୍ଟରେ ଅଛନ୍ତି । ସେଥିପାଇଁ ରାଜ୍ୟ ସରକାର ଯଥେଷ୍ଟ ସହାୟତା ଯୋଗାଉଛନ୍ତି । ବିରୋଧୀଙ୍କ ସ୍ୱଭାବ ପ୍ରଶ୍ନ କରିବା ବୋଲି ଚିରାଚରିତ ଢଙ୍ଗରେ କହିଛନ୍ତି ବିଜେଡି ନେତା ପ୍ରତାପ ଦେବ ।
ବାତ୍ୟା ଫୋନିର ପ୍ରଭାବରେ ଏବେ ବି ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନରେ ହୋଇପାରିନି ବିଦ୍ୟୁତ୍ ସଂଯୋଗ । ଲୋକଙ୍କ ଘର ଭାଙ୍ଗିବା ସହ ଉଜୁଡିଛି ଜୀବିକାର ଉତ୍ସ । ହେଲେ ରିଲିଫ୍ ସ୍ୱରୂପ ଚାଉଳ ମୁଠାଏ ପାଇଁ 13 ଦିନ ପରେ ବି ଅସହାୟ ସାଜିଛନ୍ତି ଲକ୍ଷ ଲକ୍ଷ ବାତ୍ୟା ପ୍ରପୀଡିତ । କେବେ ସେମାନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚୁଛି ତାକୁ ହିଁ ଅପେକ୍ଷା ।
ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।