କେନ୍ଦୁଝର: କେନ୍ଦୁଝରରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ । ଏହି ଘଟଣାଟି ଘଟିଛି ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗାଁରେ । ଏହି ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ଆଉ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ ଜଗବନ୍ଧୁ ଜେନା ଓ ଅରୁଣ ଜେନାଙ୍କ ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ପୂର୍ବରୁ ରହିଥିଲା । ଜଗବନ୍ଧୁ ପ୍ରଥମେ ସରପଞ୍ଚ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ବିବାଦର ସମାଧାନ କରିବା ପାଇଁ ଚାହିଁଥିଲା । ଏନେଇ ଗାଁରେ ଏକ ସଭା ମଧ୍ୟ ଆୟୋଜନ କରିଥିଲା । ହେଲେ ଅରୁଣ ସେଠାକୁ ଯାଇନଥିଲା । ଫଳରେ ଜଗବନ୍ଧୁ ପରିବାର ସଦସ୍ୟ ଅତ୍ୟନ୍ତ ଉତ୍କ୍ଷିପ୍ତ ଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇ ୩ ଜଣ ଗୁରୁତର ୩ ଜଣ ଆହତ ହୋଇଛନ୍ତି ।
