ନବରଙ୍ଗପୁର: ପୁଣି ଜନନୀ ଯନ୍ତ୍ରଣା । ଗାଁର ରାସ୍ତା ଖରାପ ଯୋଗୁଁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଦୀର୍ଘ ତିନି କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଭେଲୁଆକୋଟ ଗାଁରେ । ଗାଁର ନର ସାନ୍ତାଙ୍କ ସ୍ତ୍ରୀ ବଦେଇ ସାନ୍ତା ଙ୍କୁ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକେ ଯୋଗାଯୋଗ କରିଥିଲେ । ତେବେ ଗାଁକୁ ଆସିବା ରାସ୍ତା ଅତ୍ୟନ୍ତ ଖରାଵ ଥିବାରୁ ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇଥିଲା । ଗାଁ ଲୋକଙ୍କ ସହାୟତାରେ ଏକ ଖଟିଆରେ ବୋହି ଦୀର୍ଘ ତିନି କିଲୋମିଟର ନେବାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।