ଭୁବନେଶ୍ୱର: ସବୁ ପ୍ରତିକ୍ଷାର ଅନ୍ତଃ ଘଟିଛି । ରାଜ୍ୟର ତିନୋଟି ଯାକ ଦଳ ମଧ୍ୟରୁ ପ୍ରଥମେ ବିଜେଡି 54ଟି ବିଧାନସଭା ଓ 9ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ଏହି ତାଲିକା ଘୋଷଣା କରିଛନ୍ତି । ତେବେ ଏହି ପ୍ରାର୍ଥୀ ତାଲିକାରୁ 15 ଜଣ ବିଧାୟକଙ୍କ ନାଁ କଟିଛି । ଏହା ସହ 8 ଲୋକସଭା ଆସନ ପାଇଁ ନୂଆ ମୂହଁ ଘୋଷଣା କରିଛନ୍ତି ନବୀନ ।
ତେବେ ଆସନ୍ତା ଏପ୍ରିଲ୍ 11ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ମତଦାନ ହେବ । ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ନବୀନ ନିଜ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ସହ ସମୀକ୍ଷା ଏବଂ ଅନ୍ୟ ବରିଷ୍ଠଙ୍କ ସହ ଘନଘନ ବୈଠକ ପରେ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି ।
ବ୍ରହ୍ମପୁର ଲୋକସଭା ଆସନ ପାଇଁ - ଚନ୍ଦ୍ର ଶେଖର ସାହୁ
ବିଧାନସଭା ତାଲିକା:- ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର- ପ୍ରଦିପ ପାଣିଗ୍ରାହୀ
ବ୍ରହ୍ମପୁର- ବିକ୍ରମ ପଣ୍ଡା
ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର
ଚିକିଟି- ଉଷା ଦେବୀ
ମୋହନା- ପୂର୍ଣ୍ଣବାସୀ ନାୟକ
ପାରାଳେଖମୁଣ୍ଡି- କଲ୍ୟାଣୀ ଗଜପତି
କଳାହାଣ୍ଡି ଲୋକସଭା ପ୍ରାର୍ଥୀ: ପୁଷ୍ପେନ୍ଦ୍ର ସିଂଦେଓ
ବିଧାନସଭା ତାଲିକା:-
ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ
ଖଡ଼ିଆଳ- ଲମ୍ବୋଧର ନିଆଳ
ଜୁନାଗଡ଼ - ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼- ମହୌଷଧି ବାଗ
ନରଲା - ଭୁପିନ୍ଦର ସିଂହ
ଭବାନୀପାଟଣା- ଦୁଷ୍ମନ୍ତ ନାୟକ
ଲାଞ୍ଜିଗଡ଼- (ଘୋଷଣା ହୋଇନି)କୋରାପୁଟ ଲୋକସଭା ପ୍ରାର୍ଥୀ: କୌଶଲ୍ୟା ହିକ୍କା
ବିଧାନସଭା ପ୍ରାର୍ଥୀ ତାଲିକା:-
ଗୁଣପୁର- ରଘୁନାଥ ଗମାଙ୍ଗ
ବିଷମକଟକ- ଜଗନ୍ନାଥ ସାରକା
ରାୟଗଡ଼ା- ଲାଲବିହାରୀ ହିମିରିକା
ଲକ୍ଷ୍ମୀପୁର- ପ୍ରଭୁ ଜାନୀ
ଜୟପୁର- ରବି ନାରାୟଣ ନନ୍ଦ
କୋରାପୁଟ- ରଘୁରାମ ପଡାଲ
ପଟାଙ୍ଗୀ- (ଘୋଷଣା ହୋଇନି)ନବରଙ୍ଗପୁର ଲୋକସଭା ପ୍ରାର୍ଥୀ- ରମେଶ ଚନ୍ଦ୍ର ମାଝୀ
ବିଧାନସଭା ପ୍ରାର୍ଥୀ ତାଲିକା:-
ଉମରକୋଟ- ସୁବାସ ଗଣ୍ଡ
ଡାବୁଗାଁ- ମନୋହର ରାନ୍ଧାରୀ
ନବରଙ୍ଗପୁର- ସଦାଶିବ ପ୍ରଦାନୀ
କୋଟପାଡ଼୍- ପଦ୍ମିନୀ ଡିଆନ୍
ଚିତ୍ରକୋଣ୍ଡା-ପୁର୍ଣ୍ଣଚନ୍ଦ୍ର ସାକେ
ଝରିଗାଁ- ମାଲକାନଗିରି-ବରଗଡ଼ ଲୋକସଭା ପ୍ରାର୍ଥୀ: ପ୍ରସନ୍ନ ଆଚାର୍ଯ୍ୟ
ବିଧାନସଭା ପ୍ରାର୍ଥୀ ତାଲିକା:-
ବରଗଡ: ଦେବେଶ ଆଚାର୍ଯ୍ୟ
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ: ସୁଶାନ୍ତ ସିଂହ
ପଦ୍ମପୁର: ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର: ନବୀନ ପଟ୍ଟନାୟକ
ଝାରସୁଗୁଡା: ନବ କିଶୋର ଦାସ
ବଲାଙ୍ଗୀର ଲୋକସଭା ପ୍ରାର୍ଥୀ: କଳିକେଶ ସିଂହଦେଓ
ବିଧାନସଭା ପ୍ରାର୍ଥୀ ତାଲିକା:-
ଟିଟିଲାଗଡ: ଟୁକୁନି ସାହୁ
ପାଟଣାଗଡ: ସରୋଜ ମେହେର
ସୋନପୁର: ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝି: ଅଜୟ ଦାସ
ବୀରମହାରାଜପୁର: ପଦ୍ମନାଭ ବେହେରା
କନ୍ଧମାଳ ଲୋକସଭା ପ୍ରାର୍ଥୀ: ଅଚ୍ୟୁତ ସାମନ୍ତ
ବିଧାନସଭା ପ୍ରାର୍ଥୀ ତାଲିକା:-
ବାଲିଗୁଡା: ଚକ୍ରଧର କଅଁର
ଜି.ଉଦୟଗିରି: ସଲୁଗ ପ୍ରଧାନ
ବୌଦ୍ଧ: ପ୍ରଦୀପ କୁମାର ଅମାତ
କଣ୍ଟାମାଳ: ମହୀଧର ରାଣା
ଭଞ୍ଜନଗର: ବିକ୍ରମ କେଶରୀ ଆରୁଖ
ଦଶପଲ୍ଲୀ: ରମେଶ ବେହେରା
ଆସ୍କା ଲୋକସଭା ପ୍ରାର୍ଥୀ:- ପ୍ରମିଳା ବିଶୋଇ
ବିଧାନସଭା ପ୍ରାର୍ଥୀ ତାଲିକା:-
ଆସ୍କା: ମଞ୍ଜୁଳା ସ୍ୱାଇଁ
ସୋରଡା: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି: ନନ୍ଦିନୀ ଦେବୀ
ହିଞ୍ଜିଳି: ନବୀନ ପଟ୍ଟନାୟକ
ପୋଲସରା: ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର: ଲତିକା ପ୍ରଧାନ
ଖଲିକୋଟ: କେ କେ ସୂର୍ଯ୍ୟମଣୀ ବୈଦ୍ୟ
ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ:- ସୁନୀତା ବିଶ୍ୱାଳ
ବିଧାନସଭା ପ୍ରାର୍ଥୀ ତାଲିକା:-
ସୁନ୍ଦରଗଡ: ଯୋଗାଶ କୁମାର ସିଂହ
ରାଜଗାଙ୍ଗପୁର: ମଙ୍ଗଳା କିଷାନ୍
ତଳସରା: ଷ୍ଟିଫେନ୍ ସୋରେନ୍
ରାଉରକେଲା: ସାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ: ସୁବ୍ରତ ତରାଇ
ବଣେଇ: ରଞ୍ଜିତ କିଷାନ୍
ବିଜେଡିର ଏହି ତାଲିକା ଅସନ୍ତୁଷ୍ଟଙ୍କୁ ସୁହାଇଲା ଭଳି ହୋଇଛି ତ, ନା ରାଜ୍ୟରେ ବିଜେଡିର ସ୍ଥିତି ବଦଳିବ ? ତଳେ ଥିବା କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଦେଇପାରିବେ..
ଅର୍ଗସ ବ୍ୟୁରୋ : କଟକ ସ୍ଥାନୀୟ ଖାନନଗର ଶ୍ରୀ ଶ୍ରୀ ପୁରୁଷୋତମ ଜୀଉ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ସେପ୍ଟେମ୍ବର ଶୁକ୍ରବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ୭ ଘଣ୍ଟା ବିଳମ୍ବ ତଥା ସକାଳର ସୂର୍ଯ୍ୟପୂଜା ସଂଧ୍ୟାରେ ସଂପନ୍ନ ହେବା ଘଟଣା ଏବଂ ଶ୍ରୀମନ୍ଦିରର ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତଙ୍କ ପ୍ରତି ହୋଇଥିବା ଅପାମାନକୁ ତୀବ୍ର ନିନ୍ଦା କରିଛି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନ (ଆରଏସବିଏସ) । କିଛି ମୁଷ୍ଟମେୟ କୁସଂସ୍କାରୀଙ୍କ ପାଇଁ ଏପରି ଅଘଟଣ ହୋଇଛି । ଶ୍ରୀମନ୍ଦିର କାହାରି ବ୍ୟକ୍ତିଗତ ସଂପତ୍ତି ନୁହେଁ । ଏହି ଘଟଣା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାକୁ ତୀବ୍ର ନିନ୍ଦା କରି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନର ରାଷ୍ଟ୍ରୀୟ ପ୍ରବକ୍ତା ପଣ୍ଡିତ ପରମାନନ୍ଦ ଜ୍ୟୋତିଷୀ କହିଛିନ୍ତି ଯେ ଶ୍ରୀମନ୍ତିରରେ ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ପୁରୁଷ ପୁରୁଷ ଧରି ଶ୍ରୀରଜୀଉଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ସଂହାରୀ ପୁଷ୍ପାଳକ ହେଉଛନ୍ତି ମହାପ୍ରଭୁଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ । ଉଭୟ ବ୍ରାହ୍ମଣ ସେବାୟତ ହେଇଥିଲାବେଳେ ଶଙ୍ଖମିତ୍ର ସଂହାରୀ ମହାପ୍ରଭୁଙ୍କ ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ଶରତ ମହାପାତ୍ରଙ୍କ କନ୍ୟାଙ୍କୁ ବିବାହ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଆରଏସବିଏସର ରାଷ୍ଟ୍ରୀୟ ପ୍ରବକ୍ତା ।
ଉଭୟଙ୍କ ବିବାହ ବୈଦିକ ରୀତିରେ ସଂପନ୍ନ ହୋଇଥିଲା । ଏହା ଶାସ୍ତ୍ର ସିଦ୍ଧ ଓ ନୀତି ସିଦ୍ଧ । ଏହି ବିବାହକୁ ଅନ୍ୟ ଜାତି କହି ବିଭ୍ରାନ୍ତ କରାଯାଉଛି । ଏଥିଯୋଗୁଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବା ଘଟଣା ଶ୍ରଦ୍ଧାଳୁଙ୍କ ପ୍ରତି କୁଠାରଘାତ ବୋଲି କହିଛନ୍ତି ଆରଏସବିଏସର ସଂପାଦକ ଡା. ଋଞ୍ଜିତ ଆଚାର୍ଯ୍ୟ । ଗ୍ରହବିପ୍ର ହେଉଛନ୍ତି ବ୍ରାହ୍ମଣ । ଏହା ଶ୍ରମନ୍ଦିରର ସତ୍ତ୍ୱ ଲିପିରେ ଉଲ୍ଲେଖ ରହିଛି । ଗ୍ରହବିପ୍ର ଅନ୍ୟ ଜାତିର ନୁହଁନ୍ତି । ସମସ୍ତ ଶାସ୍ତ୍ରରେ ଏହାର ପ୍ରମାଣ ରହିଛି । ବେଦବ୍ୟାସ ବଚନ କହେ ଅଗ୍ନିହୋତ୍ରୀ, ତଥା ବେଦୀ ଦୈବଜ୍ଞଃ ଶ୍ରୋତ୍ରୀୟଃ ଦ୍ୱୀଜାଃ । ଏଣୁ ଗ୍ରହବିପ୍ର ବ୍ରାହ୍ମଣ ଅଟନ୍ତି । ଏହା ନିଃସନ୍ଦେହ ବୋଲି କ଼ହିଛନ୍ତି ଆରଏସବିଏସର ସଭାପତି ପଣ୍ଡିତ ବିଜୟ ପାଟ୍ଟଯୋଶୀ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପଣ୍ଡିତ ସନ୍ତୋଷ କୁମାର ନାୟକ, ବାସ୍ତୁବିତ ଶିବ ପ୍ରସାଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ ପୁର୍ବତନ ସାଂସଦ ଅର୍କକେଶରୀ. କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି . ଏଥିସହ ତାଙ୍କ ପତ୍ନୀ ମାଳବୀକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି. ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅର୍କ ଓ ମାଳବିକା ବିଜେପିରେ ଯୋଗଦାନ କରିଥିବା ଜଣାପଡ଼ିଛି । ୨୦୧୪ ଲୋକସଭା ନିର୍ବାଚନରେ ଅର୍କ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ.
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି. ଏନେଇ ବିଭିନ୍ନ ଦଳର ରାଜ୍ୟ ସଂଗଠନ ସ୍ତରରେ ନୂଆ ନେତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଉଛି. ଏ ଭିତରେ ରାଜନୈତିକ ଦଳର ପ୍ରମୁଖ ନେତା ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି.
ଅର୍ଗସ ବ୍ୟୁରୋ : ହକ୍ ଦାବିରେ ଲୋୟର ପିଏମଜିରେ ହଲ୍ଲାବୋଲ୍ । ଆନ୍ଦୋଳନରେ ରାଜ୍ୟର ହଜାର ହଜାର ପାଚିକା ସହାୟିକା । ସରକାରୀ ଚାକିରୀ ମାନ୍ୟତା ସାଙ୍ଗକୁ, ବେତନ ବୃଦ୍ଧି ଓ ପେନସନ ଲାଗୁ କରିବାକୁ ଦାବି । ଦୀର୍ଘ ବର୍ଷ ଧରି ରାଜ୍ୟର ସରକାରୀ ସ୍କୁଲ ଗୁଡିକରେ ହଜାର ହଜାର ପାଚିକା ସହାୟିକା ମାନେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାଇ ଆସୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ମାସିକ ମାତ୍ର ୧୪୦୦ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବାରମ୍ବାର ପ୍ରଶାସନ ନିକଟରେ ଦାବି ହେଉଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ଆଜି ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ପାଚିକା ମହାସଂଘ ପକ୍ଷରୁ ଜୋରଦାର ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି । ସରକାର ଦାବି ନଶୁଣିଲେ ଅହରାତ୍ର ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।