କଟକ: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅଧିନ ମତ୍ସ ପୁର ରେଲୱେ ଷ୍ଟେସନ ନିକଟରୁ ଏକ ମହିଳା ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ଏହାଦେଖି ସଙ୍ଗେ ସଙ୍ଗେ ରେଲଓ୍ୱେ କର୍ମଚାରୀ ଆଠଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରିବା ସହ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଛି ।
ତେବେ କେହି ର୍ଦୁବୃତ୍ତ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରି ଛାଡ଼ି ଚାଲି ଯାଇଥିବା ଏବଂ ଟ୍ରେନରୁ ଖସିପଡିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତାର ତଦନ୍ତ ଜାରି ରଖିଥିବାବେଳେ ମହିଳା ଜଣଙ୍କ ସୁସ୍ଥ ହେବା ପରେ ଘଟଣାଟି ସମ୍ପୂର୍ଣ୍ଣ ରୂପେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ : ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି ଚୋର । କିଶନନଗର ଥାନା ଅଞ୍ଚଳ ପାଲଟିଛି ଚୋରଙ୍କ ଚରା ଭୂଇଁ । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ଘନଘନ ଚୋରି । ଗତ କିଛି ଦିନତଳେ ଥାନା ସମ୍ନା ବଜାରରୁ ଚୋରମାନେ ଖୋଲା ଚାଲେଞ୍ଜଦେଇ ଦୋକାନରୁ ଚୋରି କରିଥିଲେ । ଏବେ କିନ୍ତୁ ଗୋଟିଏ ମାସ ହେଲାଣି ଚୋରଙ୍କ ପାଇଁ ଅଞ୍ଚଳବାସୀଙ୍କ ନିଦ ହଜି ଗଲାଣି । ହେଲେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି ବିଳମ୍ବିତ ରାତ୍ରିରେ କିଶନନଗର ଥାନା ତରଡପଡା ଗ୍ରାମରୁ ଗୋଟିଏ ରାତରେ ୭ଟି ଘରୁ ସୁନା, ରୁପା, ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମ ବାସୀମାନେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ ।
ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସର କର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପୋଲିସ ପାଟ୍ରୋଲିଂ ରାତି ସମୟରେ ଠିକଠାକ ହେଉନଥିବା ବେଳେ ଚୋରମାନେ ଏହାର ଫାଇଦା ନେଉଛନ୍ତି । ସାଧାରଣ ଲୋକେ ଭୟ ଓ ଆଶଙ୍କାରେ ଜୀବନ କାଟୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ସହ ଲୋକଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
ନୂଆଦିଲ୍ଲୀ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାରେ ଲାଗିଲା ମୋହର।ଉଜୈନ ଦକ୍ଷୀଣ ଆସନରୁ ବିଧାୟକ ଅଛନ୍ତି ମୋହନ ।
୨୦୨୩ ମସିହାରେ ପ୍ରଥମେ ବିଧାୟକ ନିର୍ବାଚିତ ହୋଇଥିଲେ ମୋହନ ଯାଦବ। ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ମୋହନ ଯାଦବ । ସେହିପରି ମଧ୍ୟପ୍ରଦେଶରେ ନୂଆ ବାଚସ୍ପତି ହେବେ ନରେନ୍ଦ୍ର ତୋମାର । ମଧ୍ୟପ୍ରଦେଶରେ ରହିବେ ୨ଟି ଉପମୁଖ୍ୟମନ୍ତ୍ରୀ । ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲା ହେବେ ଉପମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ । ଗତକାଲି ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଆଜି ନାବାଳକ ଆର୍ଯ୍ୟନ ମୃତଦେହ ଉଦ୍ଧାର ହୋଇଛି । ପେଣ୍ଠକଟା ପେଟ୍ରୋଲ ପମ୍ପ ପଛପାର୍ଶ୍ବ ବେଳାଭୂମିରୁ ଉଦ୍ଧାର ହୋଇଛି ମୃତ ଦେହ । ଉଦ୍ଧାର ମୃତ ନାବାଳକ ହେଉଛନ୍ତି ବିହାରର । ଗତକାଲି ଚକ୍ରତୀର୍ଥ ରୋଡ ହୋଟେଲ ଗାନ୍ଧାରା ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ସମୟରେ ହୋଇଯାଇଥିଲେ ନିଖୋଜ ।
ଅଧିକ ପଢନ୍ତୁ ଓଡ଼ିଶା ଖବର