ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କମୁଛି ସମର୍ଥନ । ହାରିବା ଭୟରେ ପଶ୍ଚିମ ମୁହାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ପଶ୍ଚିମ ଓଡ଼ିଶାର ବିଜେଡି ପାଇଁ ‘ସେଫ ସିଟ୍’ କୁହାଯାଉଥିବା ବିଜେପୁରରୁ ଲଢିବେ ନବୀନ । ସବୁବେଳେ ମହିଳାଙ୍କ ସମ୍ମାନ କଥା କହୁଥିବା ନବୀନ ନିଜ ପରାଜୟ ଭୟରେ ବିଜେପୁର ବିଧାୟକ ରୀତା ସାହୁଙ୍କୁ ଆଉଟ୍ କରି ନିଜେ ଇନ୍ ହୋଇଛନ୍ତି । ଏଭଳି ତମାମ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ରାଜ୍ୟ ଗୁଇନ୍ଦା ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ଚିଠି ଏହି ଅଭିଯୋଗର କେନ୍ଦ୍ର ବିନ୍ଦୁ ପାଲଟିଛି । ମାର୍ଚ୍ଚ ୧୫ ତାରିଖରେ ରାଜ୍ୟ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିକୁ ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ଗୁମର ଖୋଲିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଂଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ସମ୍ଭାବନା ଥିବା ଚିଠିରେ ଦର୍ଶାଯାଇଛି । ଏହାସହ କେଉଁଠାରୁ ନିର୍ବାଚନ ଲଢିଲେ ମୁଖ୍ୟମନ୍ତ୍ରୀଙ୍କୁ ସୁବିଧା ହେବ ଏହି ପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । ସରକାରଙ୍କ କୁଶାସନ କାରଣରୁ ଜନସାଧାରଣଙ୍କୁ ବହୁବିଧ ଅସୁବିଧା, ତଥା ଭିତିଭୂମି ଅଭାବ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଥିବା ଏହି ପତ୍ରରେ ସ୍ପଷ୍ଟ ଭାବେ ଲେଖାଯାଇଛି । କାଳିଆ ଟଙ୍କାରେ ଅବ୍ୟବସ୍ଥା ଜନ ଅସନ୍ତୋଷର କାରଣ ହୋଇଛି । ବାତ୍ୟା ପରେ ସହାୟତା ଟଙ୍କା କେବଳ ବିଜେଡି ନେତାଙ୍କ ନିକଟତର ପରିବାରରେ ପହଁଚିବା ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।
ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ନ ଲଢି ଆଉ ୪ ଟି ବିକଳ୍ପ ନିର୍ବାଚନ ମଣ୍ଡଳୀର ପ୍ରସ୍ତାବ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ ଥିବା ନେଇ ଟଙ୍କଧର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁଇନ୍ଦା ବିଭାଗର ପ୍ରସ୍ତାବ ଅନୁସାରେ ରାଉରକେଲା, ବିଜେପୁର, ବଲାଙ୍ଗୀର ଅଥବା ଟିଟିଲାଗଡ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ, 2019 ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । 9ଟି ଲୋକସଭା ଏବଂ 54ଟି ବିଧାନସଭା ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିବା ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତା ଉପରୁ ମଧ୍ୟ ପରଦା ହଟିଛି । ପୂର୍ବରୁ ନବୀନ ପଟ୍ଟନାୟକ ଲଢୁଥିବା ହଞ୍ଜିଳି ସମେତ ପଶ୍ଚିମ ଓଡ଼ିଶାରୁ ବିଜେପୁରରୁ ବିଧାୟକ ପ୍ରାର୍ଥୀ ହେବେ ।
ଅନ୍ୟପଟେ ପୂର୍ବ ବର୍ଷ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିଥିଲେ । ସବୁବେଳେ ମହିଳା ସମ୍ମାନ କଥା କହୁଥିବା ନବୀନ ବାବୁ ରୀତାଙ୍କୁ ସମ୍ମାନର ସହ ନିଜ ଦଳକୁ ପାଛୋଟି ଆଣିଥିଲେ । ତାପରେ ବିଜେପୁରରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ 40,000ରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ରୀତା ସାହୁ । ତେବେ ଏପରି ଏକ ସେଫ୍ ସିଟ୍ରୁ ନବୀନ ରୀତାଙ୍କ ଅଣଦେଖା କରି ନିଜେ ଲଢିବେ ବୋଲି ସ୍ଥିର କରିନେଲେ । ପୂର୍ବରୁ ବିଜେପୁରରେ ନିଜର ସମ୍ମାନ ବଞ୍ଚାଇବା ପାଇଁ ରୀତାଙ୍କୁ ମୋହରା ବନେଇଥିବା ନବୀନ ପୁଣି ଏକ ସମାନ ପରିସ୍ଥିତିରୁ ବର୍ତ୍ତିବା ପାଇଁ ଖେଳିଛନ୍ତି ନୂଆ ଚାଲ । ତେବେ ରାଜ୍ୟ ବିଜେପିର ଅଭିଯୋଗ ସତ ହୋଇଥିଲେ ରାଜ୍ୟ ରାଜନୀତିରେ ବିଜେଡି ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି ।
ଅର୍ଗସ ବ୍ୟୁରୋ : କଟକ ସ୍ଥାନୀୟ ଖାନନଗର ଶ୍ରୀ ଶ୍ରୀ ପୁରୁଷୋତମ ଜୀଉ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ସେପ୍ଟେମ୍ବର ଶୁକ୍ରବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ୭ ଘଣ୍ଟା ବିଳମ୍ବ ତଥା ସକାଳର ସୂର୍ଯ୍ୟପୂଜା ସଂଧ୍ୟାରେ ସଂପନ୍ନ ହେବା ଘଟଣା ଏବଂ ଶ୍ରୀମନ୍ଦିରର ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତଙ୍କ ପ୍ରତି ହୋଇଥିବା ଅପାମାନକୁ ତୀବ୍ର ନିନ୍ଦା କରିଛି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନ (ଆରଏସବିଏସ) । କିଛି ମୁଷ୍ଟମେୟ କୁସଂସ୍କାରୀଙ୍କ ପାଇଁ ଏପରି ଅଘଟଣ ହୋଇଛି । ଶ୍ରୀମନ୍ଦିର କାହାରି ବ୍ୟକ୍ତିଗତ ସଂପତ୍ତି ନୁହେଁ । ଏହି ଘଟଣା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାକୁ ତୀବ୍ର ନିନ୍ଦା କରି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନର ରାଷ୍ଟ୍ରୀୟ ପ୍ରବକ୍ତା ପଣ୍ଡିତ ପରମାନନ୍ଦ ଜ୍ୟୋତିଷୀ କହିଛିନ୍ତି ଯେ ଶ୍ରୀମନ୍ତିରରେ ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ପୁରୁଷ ପୁରୁଷ ଧରି ଶ୍ରୀରଜୀଉଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ସଂହାରୀ ପୁଷ୍ପାଳକ ହେଉଛନ୍ତି ମହାପ୍ରଭୁଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ । ଉଭୟ ବ୍ରାହ୍ମଣ ସେବାୟତ ହେଇଥିଲାବେଳେ ଶଙ୍ଖମିତ୍ର ସଂହାରୀ ମହାପ୍ରଭୁଙ୍କ ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ଶରତ ମହାପାତ୍ରଙ୍କ କନ୍ୟାଙ୍କୁ ବିବାହ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଆରଏସବିଏସର ରାଷ୍ଟ୍ରୀୟ ପ୍ରବକ୍ତା ।
ଉଭୟଙ୍କ ବିବାହ ବୈଦିକ ରୀତିରେ ସଂପନ୍ନ ହୋଇଥିଲା । ଏହା ଶାସ୍ତ୍ର ସିଦ୍ଧ ଓ ନୀତି ସିଦ୍ଧ । ଏହି ବିବାହକୁ ଅନ୍ୟ ଜାତି କହି ବିଭ୍ରାନ୍ତ କରାଯାଉଛି । ଏଥିଯୋଗୁଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବା ଘଟଣା ଶ୍ରଦ୍ଧାଳୁଙ୍କ ପ୍ରତି କୁଠାରଘାତ ବୋଲି କହିଛନ୍ତି ଆରଏସବିଏସର ସଂପାଦକ ଡା. ଋଞ୍ଜିତ ଆଚାର୍ଯ୍ୟ । ଗ୍ରହବିପ୍ର ହେଉଛନ୍ତି ବ୍ରାହ୍ମଣ । ଏହା ଶ୍ରମନ୍ଦିରର ସତ୍ତ୍ୱ ଲିପିରେ ଉଲ୍ଲେଖ ରହିଛି । ଗ୍ରହବିପ୍ର ଅନ୍ୟ ଜାତିର ନୁହଁନ୍ତି । ସମସ୍ତ ଶାସ୍ତ୍ରରେ ଏହାର ପ୍ରମାଣ ରହିଛି । ବେଦବ୍ୟାସ ବଚନ କହେ ଅଗ୍ନିହୋତ୍ରୀ, ତଥା ବେଦୀ ଦୈବଜ୍ଞଃ ଶ୍ରୋତ୍ରୀୟଃ ଦ୍ୱୀଜାଃ । ଏଣୁ ଗ୍ରହବିପ୍ର ବ୍ରାହ୍ମଣ ଅଟନ୍ତି । ଏହା ନିଃସନ୍ଦେହ ବୋଲି କ଼ହିଛନ୍ତି ଆରଏସବିଏସର ସଭାପତି ପଣ୍ଡିତ ବିଜୟ ପାଟ୍ଟଯୋଶୀ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପଣ୍ଡିତ ସନ୍ତୋଷ କୁମାର ନାୟକ, ବାସ୍ତୁବିତ ଶିବ ପ୍ରସାଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ ପୁର୍ବତନ ସାଂସଦ ଅର୍କକେଶରୀ. କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି . ଏଥିସହ ତାଙ୍କ ପତ୍ନୀ ମାଳବୀକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି. ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅର୍କ ଓ ମାଳବିକା ବିଜେପିରେ ଯୋଗଦାନ କରିଥିବା ଜଣାପଡ଼ିଛି । ୨୦୧୪ ଲୋକସଭା ନିର୍ବାଚନରେ ଅର୍କ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ.
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି. ଏନେଇ ବିଭିନ୍ନ ଦଳର ରାଜ୍ୟ ସଂଗଠନ ସ୍ତରରେ ନୂଆ ନେତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଉଛି. ଏ ଭିତରେ ରାଜନୈତିକ ଦଳର ପ୍ରମୁଖ ନେତା ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି.
ଅର୍ଗସ ବ୍ୟୁରୋ : ହକ୍ ଦାବିରେ ଲୋୟର ପିଏମଜିରେ ହଲ୍ଲାବୋଲ୍ । ଆନ୍ଦୋଳନରେ ରାଜ୍ୟର ହଜାର ହଜାର ପାଚିକା ସହାୟିକା । ସରକାରୀ ଚାକିରୀ ମାନ୍ୟତା ସାଙ୍ଗକୁ, ବେତନ ବୃଦ୍ଧି ଓ ପେନସନ ଲାଗୁ କରିବାକୁ ଦାବି । ଦୀର୍ଘ ବର୍ଷ ଧରି ରାଜ୍ୟର ସରକାରୀ ସ୍କୁଲ ଗୁଡିକରେ ହଜାର ହଜାର ପାଚିକା ସହାୟିକା ମାନେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାଇ ଆସୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ମାସିକ ମାତ୍ର ୧୪୦୦ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବାରମ୍ବାର ପ୍ରଶାସନ ନିକଟରେ ଦାବି ହେଉଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ଆଜି ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ପାଚିକା ମହାସଂଘ ପକ୍ଷରୁ ଜୋରଦାର ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି । ସରକାର ଦାବି ନଶୁଣିଲେ ଅହରାତ୍ର ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।