୨୦୨୧-୨୨ ଆର୍ଥିକ ବର୍ଷରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ ଅନ୍ତର୍ଭୃକ୍ତ ଯୋଜନାରେ ଆଗାମୀ ୫ ବର୍ଷରେ ୫୪ ହଜାର ୬୧୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଆନୁଷଙ୍ଗିକ ଭିତିଭୂମିକୁ ବିଚାର କଲେ ସ୍ୱତନ୍ତ୍ର ପଶୁସମ୍ପଦ ପ୍ୟାକେଜ ଦ୍ୱାରା ଓଡିଶା ଲାଭବାନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା
ଅପରପକ୍ଷରେ କ୍ୟାବିନେଟରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ବିଶେଷ ଭାବରେ ଅପହଁଚ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଜାତୀୟ ଆୟୁଷ ମିଶନକୁ ଆଗାମୀ ୫ ବର୍ଷ ପାଇଁ ବଢ଼ାଯାଇଥିବା ବେଳେ କେନ୍ଦ୍ରୀୟ ସରକାର ଅଧୀନରେ କାମ କରୁଥିବା ସରାକାରୀ କର୍ମଚାରୀଙ୍କ ମହଙ୍ଗା ଭତା ବୃଦ୍ଧି, ଋଷ ଓ ଭାରତ ମଧ୍ୟରେ କୋକିଂ କୋଲ କ୍ଷେତ୍ରରେ ଅଧିକ ଦ୍ୱିପାକ୍ଷିକ ସମନ୍ୱୟ ସ୍ଥାପନ କରିବା ପାଇଁ ଏମଓୟୁକୁ ଅନୁମୋଦନ ଦିଆଯିବା ସହ ଅନେକ ଉନ୍ନୟନମୂଳକ ପଦକ୍ଷେପ ନିଆଯାଇଛି ।
ସ୍ୱାସ୍ଥ୍ୟ ସେବାକୁ ଲୋକମାନଙ୍କ ପାଖରେ ପହଁଚାଇବା ପାଇଁ ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଜାତୀୟ ଆୟୁଷ ମିଶନକୁ ବଢ଼ାଇ ଏଥିପାଇଁ ୪୬୦୭.୩୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା କରିଛନ୍ତି। ଯେଉଁଥିରେ କେନ୍ଦ୍ରୀୟ ଭାର ରହିଛି ୩ ହଜାର କୋଟି ଟଙ୍କା । ୨୦୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୧ ଏପ୍ରିଲ ପହିଲାରୁ ସମ୍ପ୍ରସାରିତ ହୋଇ ୨୦୨୬ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ମିଳିପାରିବ ।
କେନ୍ଦ୍ର ସରକାରରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମହଙ୍ଗା ଭତାକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ନିଶ୍ଚିତ ଭାବେ କେନ୍ଦ୍ର ସରକାରରେ କାର୍ଯ୍ୟରତ କର୍ମଚାରୀ ଓ ପେନସନଧାରୀ ଫଳପ୍ରଦ ହେବେ । ସେହିପରି ଇସ୍ପାତ୍ ଶିଳ୍ପର ଲାଭ ପାଇଁ କୋକିଂ କୋଲ୍ କ୍ଷେତ୍ରରେ ଋଷ ଓ ଭାରତ ମଧ୍ୟରେ କୋକିଂ କୋଲ କ୍ଷେତ୍ରରେ ଅଧିକ ଦ୍ୱିପାକ୍ଷିକ ସମନ୍ୱୟ ସ୍ଥାପନ କରିବା ପାଇଁ ଏମଓୟୁକୁ ଅନୁମୋଦନ ଦିଆଯାଇଛି । ଏହା ଦ୍ୱାରା ଷ୍ଟିଲ କ୍ଷେତ୍ରର ଇନପୁଟ କୋଷ୍ଟକୁ ହ୍ରାସ ହେବ ଏବଂ ଇସ୍ପାତ୍ ଶିଳ୍ପକୁ ଲାଭ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।