ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ପ୍ରଥମେ ବଡ ଭାଇ ବଳଭଦ୍ର, ପରେ କାଳିଆ ସାଆନ୍ତ ଓ ଶେଷରେ ଭଉଣୀ ଶୁଭଦ୍ରା ସ୍ନାନବେଦୀରେ ବିରାଜମାନ କରିଛନ୍ତି ।
ସ୍ନାନପୂର୍ଣ୍ଣିମା ଉପଲକ୍ଷେ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ଏକ ସୁନ୍ଦର ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାରାଶିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତି ନିର୍ମାଣ କରି ସମସ୍ତ ଭକ୍ତଙ୍କୁ ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ବାଲୁକାରାଶିରେ HAPPY DEVA SNANAPURNIMAର ବାର୍ତ୍ତା ଦେଇଛନ୍ତି।
ସେପଟେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆକୁଳ ଭକ୍ତ । କିଏ ହରିବୋଲ ହୁଳହୁଳି ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଛି ତ କିଏ କାଳିଆ ଆଖିରେ ଆଖି ମିଶାଇ କାନ୍ଦି ପକାଉଛି । ଭାବର ଠାକୁର ସିଏ ।