ଡୋକ୍ରା କାରିଗର ଏବେ ଅବହେଳିତ । କୌଣସି ପ୍ରକାର ସରକାରୀ ସହାୟତା ମିଳୁ ନ ଥିବାରୁ ଶିଳ୍ପୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରୁନି । ବହୁ ଦିନରୁ ସୋସାଇଟି ମାନ ଖୋଲା ଯାଇଥିଲେ ବି ପରିଚାଳନାଗତ ତ୍ରୁଟି ଯୋଗୁଁ ଏବେ ବନ୍ଦ ପଡିଛି । ଶିଳ୍ପୀଙ୍କୁ ମିଳୁନି ଉଚିତ୍ ପାରିଶ୍ରମିକ, ବରିଷ୍ଠ ତାଲିମ ଗୁରୁଙ୍କୁ ଅଣଦେଖା ସହ ମାର୍କେଟିଂର ଅଭାବ ବି ମୁଖ୍ୟ କାରଣ। ପ୍ରଦର୍ଶନୀ ପାଇଁ ଡିଆଇସି ପକ୍ଷରୁ କୌଣସି ସୂଚନା ଓ ସହାୟତ ମିଳୁନାହିଁ । ଫଳରେ ବାଧ୍ୟ ହେଇ କାରିଗର ମାନେ ତାଙ୍କର ମୂର୍ତ୍ତିକୁ ଖୋଲା ବଜାରରେ ଅଳ୍ପ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ଲୋପ ପାଇବାକୁ ବସିଲାଣି ଏହି କୌଳିକ ବୃତ୍ତି ଡୋକ୍ରା ଶିଳ୍ପାୟନ। ସରକାରୀ ପ୍ରୋତ୍ସାହନ ମିଳିଲେ ଆଗମୀ ଦିନରେ ଏହାପ୍ରତି ଶିଳ୍ପୀଙ୍କ ଆଗ୍ରହ ବଢିବ ବୋଲି ଆଶା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: