ସୋର: ବାଲେଶ୍ୱରରେ କାୟା ବିସ୍ତାର କରୁଛି ଡ୍ରଗ୍ସ ବେପାର । ବଢ଼ୁଛି ମାଫିଆଙ୍କ ପାର୍ଦ୍ଦୃଭାବ, ନିଶାର କବଳରୁ ବାହାରି ପାରୁନାହାନ୍ତି ଯୁବପୀଢ଼ି । ସେପଟେ ମାଫିଆଙ୍କୁ ସହାୟତା କରୁଥିବା ବେପାରୀ ମାଲାମାଲ ହେଉଛନ୍ତି । ବାଲେଶ୍ୱରର ଜଳେଶ୍ୱରରୁ ଲଗାତାର ଡ୍ରଗ୍ସ ମାଫିଆଙ୍କୁ କାବୁ କରିବାରେ ସଫଳ ହେଉଛି ପୋଲିସ । ଏହାସହ ବିପୁଳ ପରିମାଣରେ ଡ୍ରଗ୍ସ ମଧ୍ୟ ଜବତ ହୋଇଛି ।
ତେବେ ଏହାର ଚେର ଏବେ ସାରା ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ଆଜି ସିମୁଳିଆ ଥାନା ଅଞ୍ଚଳରେ ବ୍ରାଉନ ସୁଗର ଓ ଗଞ୍ଜେଇ ମାଫିଆକୁ କାବୁ କରିଛି ପୋଲିସ । ସିମୁଳିଆ ଥାନରେ ନୂଆ କରି ନିଯୁକ୍ତି ପାଇଥିବା ଥାନା ଅଧିକାରୀଙ୍କୁ ମିଳିିଛି ସଫଳତା । ଦୀର୍ଘ ଦିନରୁ ବ୍ରାଉନ ସୁଗର ଓ ଗଞ୍ଜେଇ ବେପାର କରୁଥିବା ଉପେନ୍ଦ୍ର ସୂତାରକୁ ଗିରଫ କରିଛି ପୋଲିସ ।
ତାପାଖରୁ 15.700 ଗ୍ରାମ ବ୍ରାଉନ ସୁଗର ସହ 14 ହଜାର ଟାଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ଏକ ମୋବାଇଲ ଜବତ କରିଯାଇଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।
ତେବେ ଅଭିଯୁକ୍ତ ନାଁରେ ମାମଲା ରୁଜୁ ହେବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ବାଲେଶ୍ୱର ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଏଭଳି ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ କାବୁ କରିବା ପରେ ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଉପେନ୍ଦ୍ର ଜଣେ ନୁହେଁ ଏମାନଙ୍କର ଗ୍ୟାଙ୍ଗ ରହିଛି । ଏମାନେ କେବଳ ଡ୍ରଗ୍ସ ନୁହେଁ ଅନ୍ୟ ଅପରାଧିକ ମାମଲାରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି ।
