ଏହାସହ ମୃତ ଗୋଧି ଓ ଶିକାର ପାଇଁ ବ୍ୟବହୃତ ଧନୁତୀରକୁ ଜବତ କରିଛି । ପୋଲିସ ଏହତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ମୁର୍ଗାପାହାଡି ଗାଁରୁ ଗୋଧି ଶିକାର ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ମୁର୍ଗାପାହାଡି ଗାଁର ରାମରାୟ ମୁଣ୍ଡା । ରାମରାୟ ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ଗୋଧି ଶିକାର କରିଥିଲେ । ବନବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରି ରାମରାୟକୁ ଗିରଫ କରିଛି ।
ଏହାସହ ମୃତ ଗୋଧି ଓ ଶିକାର ପାଇଁ ବ୍ୟବହୃତ ଧନୁତୀରକୁ ଜବତ କରିଛି । ପୋଲିସ ଏହତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ମେନମେନା ପଞ୍ଚାୟତର ରଣକଟା ଗ୍ରାମ ଲାଖୁଆଟୋଲା ଗ୍ରାମକୁ ଆସି ପହଞ୍ଚିଥିଲେ। ଏହି ଗ୍ରାମରେ ସେ ଆସି ଲୋକଙ୍କୁ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ସମ୍ମୁଖରେ ରଖିଥିଲେ।
ବିଶେଷ କରି ବିଶ୍ୱକର୍ମା ଯୋଜନାକୁ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ଏକ ଦଳିତ ପରିବାରଙ୍କ ଘରେ ହୋଇଥିଲା। ଏଥିରେ ଲାଖୁଆ, ପରିବାର ତରଫରୁ ଖାଇବା ଆୟୋଜନ କରା ଯାଇଥିଲା। ସାଂସଦ ଦଳିତ ପରିବାରଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଅକ୍ଟୋବର 10 ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ । ବସ୍ ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ତୀବ୍ର ବିରୋଧ କରି ଧର୍ମଘଟ କରାଯାଇଛି।
ସେହିପରି ଅକ୍ଟୋବର 2 ତାରିଖରେ କୋରାପୁଟରେ ବସ୍ ଚଳାଚଳ ବନ୍ଦ । ଅକ୍ଟୋବର 2ରେ ମାଲକାନଗିରିରୁ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ଚାଲିବ। ସେଥିପାଇଁ ଧର୍ମଘଟ କରାଯିବା ଘରୋଇ ବସ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ବସ ମାଲିକ ସଂଘର ଅଭିଯୋଗ ଅନୁସାରେ ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକକୁ ଲକ୍ଷ୍ମୀ ଯୋଜନାରେ ବସ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ ମାଲିକ କ୍ଷତି ସହିବେ ବୋଲି ସଂଘ କହିଛି। ନିର୍ଦ୍ଦିଷ୍ଟ ଗାଇଡଲାଇନ ଆଣିବା ପାଇଁ ସେମାନେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା । ଆଜି ଗୋଟିଏ ଦିନରେ 2 ସ୍ବର୍ଣ୍ଣ ପଦକ ସହ ମୋଟ 8ଟି ପଦକ ହାସଲ କରିଛି ଭାରତ । ଏହାସହିତ ଚୀନ ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 22କୁ ବୃଦ୍ଧି ପାଇଛି ।
ଏସୀୟ କ୍ରୀଡ଼ାରେ ଭାରତ ଭାଗ୍ୟରେ ବର୍ଷୁଛି ସଫଳତାର ସ୍ବର୍ଣ୍ଣ । ଚୀନର ହାଙ୍ଗଝୌରେ ଆୟୋଜିତ 19ତମ ଏସିଆନ୍ ଗେମ୍ସରେ ମାତ୍ର 4 ଦିନ ମଧ୍ୟରେ ଭାରତକୁ ମିଳିଛି ରେକର୍ଡ ସଂଖ୍ୟକ ସ୍ୱର୍ଣ୍ଣ ପଦକ। ଚତୁର୍ଥ ଦିନରେ ଆଜି ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟ ଫାଇନାଲରେରେ ବିଜୟୀ ହୋଇ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ମନୁ ଭାକର, ଇଶା ସିଂହ, ରିଦନ ସାଙ୍ଗବାନ । ଆୟୋଜକ ଟିମ୍ ଚୀନକୁ ହରାଇ ଭାରତକୁ ଏହି ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ଭାରତୀୟ ମହିଳା ପ୍ରତିଯୋଗୀ । ସେହିପରି 50 ମିଟର ରାଇଫଲ 3ପି ଟିମ୍ କୁ ମିଳିଛି ରୌପ୍ୟ ପଦକ । ସୁଟିଂରେ ସାମ୍ରା କୌର ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତର ଗୋଲ୍ଡ ମେଡାଲ ସଂଖ୍ୟା 5କୁ ବୃଦ୍ଧି ପାଇଛି । ସମାନ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି।
ବର୍ତ୍ତମାନ ସୁଦ୍ଧା ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 22 ରହିଛି । ଏଥିସହ ପଦକ ତାଲିକାର ସପ୍ତମରେ ରହିଛି ଭାରତ। ବର୍ତ୍ତମାନ ସୁଦ୍ଧା ଦେଶକୁ 5 ସ୍ବର୍ଣ୍ଣ, 7 ରୌପ୍ୟ ଓ 10 କାଂସ୍ୟ ପଦକ ମିଳିଛି । ସୁଟିଂରେ ଭାରତକୁ ସର୍ବାଧିକ 8ଟି ପଦକ ମିଳିଛି ।
ଚଳିତ ଏସୀୟ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିବାରେ ସମର୍ଥ ହେଉଛି । ପ୍ରତିଯୋଗିତାରେ ମୋଟ 655 ଜଣ ଭାରତୀୟ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ପୂର୍ବରୁ 18ତମ ଏସିଆନ ଗେମ୍ସରେ ଭାରତ ମୋଟ 70ଟି ମେଡାଲ ହାସଲ କରିଥିବାବେଳେ ଚଳିତ ପ୍ରତିଯୋଗିତାରେ ମେଡାଲ ସଂଖ୍ୟା ଶତକ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର