ଉତ୍ୟକ୍ତ ହୋଇ ହାତୀଟି ସେମାନଙ୍କୁ ଆକ୍ରମଣ କରିବା ଫଳରେ ରମେଶଙ୍କର ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଦୁଇ ଜଣ ରମେଶ ଙ୍କ ମୃତଦେହ କୁ ଗାଁ କୁ ଆଣିଥିଲେ । ସେପଟେ ବାରମ୍ବାର ହାତୀ ଯୋଗୁଁ ଫସଲ ହାନି ସହ ଜୀବନ ହାନୀ ହେଉଥିବା ରୁ ସ୍ତାନୀୟ ଲୋକେ ରମେଶ ଙ୍କ ମୃତଦେହ କୁ ମାଣିତ୍ରୀ ସ୍କୁଲ ଛକ ନିକଟରେ ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଆଠମଲ୍ଲିକ - କିଆକଟା ରାସ୍ତା ରେ ଯାତାୟାତ ଠପ ହୋଇ ପଡିଛି । ସୂଚନା ପାଇ ସ୍ତାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।
ହାତୀ ଆକ୍ରମଣରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ପୁଣି ଆଠମଲ୍ଲିକ ବନ ଖଣ୍ଡରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପୁରୁଣାମାଣିତ୍ରୀ ପଂଚାୟତ ରାଜିଙ୍ଗ ଗ୍ରାମର ରମେଶ ସାହୁ ।ସୂଚନା ଅନୁଯାୟୀ ମୃତ ରମେଶଙ୍କ ସମେତ ଅନ୍ୟ ତିନି ଜଣ ରାତିରେ ନିଜ ଫସଲ ଜଗୁଥିଲେ । ଏହି ସମୟରେ ଏକ ହାତୀ କ୍ଷେତ୍ ରେ ଫସଲ ଖାଇବାରୁ ତାକୁ ଘଉଦେଇବାକୁ ଉଦ୍ୟମ କରିଥିଲେ ରମେଶ ଙ୍କ ସମେତ ଅନ୍ୟ ଦୁଇ ଜଣ ।
Download Argus News App
