ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ତୁଳସୀବଣୀ ଛକ ନିକଟରେ ଗଛରେ ପିଟିହେଲା ଟ୍ରାକ୍ଟର । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କୁସୁମବନ୍ଧ ନିକଟସ୍ଥ ଗୁରୁଗୁଡିଆ ହାଟ ସାରି ଟ୍ରାକ୍ଟର ଡ୍ରାଇଭର ସମେତ ଆଉ ତିନିଜଣ ଶ୍ରମିକ ଫେରୁଥିବାବେଳେ ତୁଲସୀବଣୀ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ 3ଜଣ ଗୁରୁତରଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ହୁଦୁ ସିଂଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ କଲେଜକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଂଚି ତଦନ୍ତ ଚଳାଇଥିବା ବେଳେ ଫେରାର ଥିବା ଟ୍ରାକ୍ଟର ଓ ଚାଳକ ଫେରାର ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି
