
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କୋଶଳା ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାରୁ ଘରେ ପଶି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁଶାନ୍ତ ପ୍ରଧାନ ଗୁରୁତର ହୋଇଛନ୍ତି । ସୂଚନାନୁସାରେ, ସୁଶାନ୍ତ ଗତକାଲି ରାତିରେ ଖାଇ ପିଇ ଘର ପଛ ପାଖରେ ଶୋଇଥିଲେ ।
ତେବେ ବିଳମ୍ବିତ ରାତିରେ ଦୁଇ ଜଣ ଦୁବୃତ୍ତ ହଠାତ ଘରେ ପଶି ସୁଶାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ସ୍ତ୍ରୀକୁ ମଧ୍ୟ ମାଡ ମାରିଥିଲେ । ସୁଶାନ୍ତଙ୍କ ମୁହଁରେ ଖଣ୍ଡା ଚୋଟ ବାଜିଥିବା ବେଳେ ସୁଶାନ୍ତ ଗୁରୁତର ହୋଇ ପଡି ଯାଇଥିଲେ । ତେବେ ସୁଶାନ୍ତଙ୍କ କହିବା କଥା ତାଙ୍କର କିଛି ଲୋକଙ୍କ ସହ ବ୍ୟବସାୟକୁ ନେଇ ଶତ୍ରୁତା ଥିଲା । ସେଥିପାଇଁ ତାଙ୍କୁ ଆକ୍ରମଣ କରା ଯାଇଥାଇପାରେ । ଅନ୍ୟପତେ ସୁଶାନ୍ତଙ୍କ ମା’, ଘରୁ ଦୁର୍ବୃତ୍ତ ମାନେ ଟଙ୍କା ଓ ସୁନା ନେଇ ଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

