ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣାରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ଲିକ୍ ଘଟଣାରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି । ତେବେ କଣ ହେଉଥିବ ସେହି ପିଲାଙ୍କ ଭବିଷ୍ୟତ । ଏ ଗୃହରୁ ପୂର୍ବରୁ ମଧ୍ୟ ନଜିର ଅଛି ଯେ ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ କରାଇବା ପାଇଁ କଣ କରିଥିଲେ ଏ ସରକାର । ତେବେ ଏବେ ସମୟ ଆସିଛି ଯେଉଁମାନେ ଏ ଭଳି ଘଟଣା ଘଟୋଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏ ପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବି କରିଛନ୍ତି ।
ପ୍ରଶ୍ମପତ୍ର ଲିକ୍ କୁ ନେଇ ସରକାରଙ୍କୁ କଡା ସମାଲୋଚନା

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ରାଜ୍ୟ ସରକାର କହୁଛନ୍ତି ଆମେ ସବୁଥିରେ ବିଶ୍ବସ୍ତରୀୟ । ନା ଆମ ଶିକ୍ଷାମନ୍ତ୍ରୀ ମାନେ ଶିକ୍ଷକମାନଙ୍କୁ ଓ ଛାତ୍ରମାନଙ୍କୁ ପାସ୍ କରାଇ ବିଶ୍ୱସ୍ତରୀୟ କରିବାକୁ ଚାହୁଁଛନ୍ତି । ଯାହା ପାଇଁ ଏଭଳି ହୁଏତ ଅନେକ ଘଟଣା ଘଟିଥିବ କିନ୍ତୁ ସାମ୍ନାକୁ ଆସୁନି । ଏବେ ଏବେ ଦଶମ ପରୀକ୍ଷା ଫଳ ବାହାରିଛି କିନ୍ତୁ କେଉଁ ସ୍କୁଲ ଉତ୍ତୀର୍ଣ୍ଣ ହୋଇଛନ୍ତି କହିବେ କି ମନ୍ତ୍ରୀ ମହୋଦୟ ।
Download Argus News App
