ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫଙ୍କ ପୁଅ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ପଞ୍ଜାବ ପ୍ରାନ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହମଜା ଶହବାଜ ଲାହୋରର ଏନଏ-୧୧୮ ସିଟ୍ ରେ ବାଜିମାରି ନେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ସେ ୧,୦୫, ୯୬୦ ଭୋଟରେ ବିଜୟୀ ହୋଇଛନ୍ତି । ସେପଟେ ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ୍ ତଥା ଆତଙ୍କବାଦୀ ହାଫିଜ୍ ସାଇଦ୍ର ପୁଅକୁ ପରାଜୟ ମିଳିଛି ।
ଅଧିକ ପଢନ୍ତୁ ବିଦେଶ ଖବର
ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ମୋଟ ୩୩୬ ଆସନ ରହିଛି । ସେଥିମଧ୍ୟରୁ ୨୬୬ ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇ ନ୍ୟାସନାଲ ଆସେମ୍ବଲିକୁ ଆସନ୍ତି । ବାକି ୭୦ ସାଂସଦ ଆସନ ସଂରକ୍ଷିତ । ମହିଳାଙ୍କ ପାଇଁ ୬୦ ଆସନ ସଂରକ୍ଷିତ ଓ ଅଣମୁସଲିମଙ୍କ ପାଇଁ ୧୦ଟି ସଂରକ୍ଷଣ ଆସନ ରହିଛି । ମୋଟ ୨୬୬ ଆସନ ପାଇଁ ନିର୍ବାଚନ ହେଉଥିବାରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୩୪ ସିଟ ଆବଶ୍ୟକ ।