ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ନ ମିଳିବା ପଛର ଗୁମୁର ଖୋଲିଥିଲେ ମନ୍ତ୍ରୀ ଟୁକୁନି ସାହୁ । ସେ କହିଥିଲେ, ଯେଉଁଦିନ ପଦ୍ମପୁର ନୂଆ ଜିଲ୍ଲା ମାନ୍ୟତା ପାଇଥାନ୍ତା ସେହି ଦିନ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଇସ୍ତଫା ପତ୍ର ପଠେଇ ଦେଇ ଥାନ୍ତି । ଟିଟାଲାଗଡ଼ କୁ ଛାଡି ରାଜ୍ୟରେ ଗୋଟେ ବି ନୂଆ ଜିଲ୍ଲା ହୋଇଥିଲେ ମୁଁ ଇସ୍ତଫା ପ୍ରଥମେ ଦେଇଥାନ୍ତି ବୋଲି କହିଥିଲେ ଟୁକୁନି । ପଦ୍ମପୁର ନିର୍ବାଚନ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । 2023 ମସିହା ସରିବା ପୂର୍ବରୁ ପଦ୍ମପୁର ପାଇବ ଜିଲ୍ଲା ମାନ୍ୟତା ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: