ଅର୍ଗସ ବ୍ୟୁରୋ: ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା । ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବକୁ ଗଲା କଙ୍କାଳର କିଛି ଅଂଶ। ଦାନ୍ତ, ହାଡ଼, ବାଳ ଫରେନସିକୁ ପଠାଯାଇଥିବା ସୂଚନା ମିଳିଛି। ମହିଳାଙ୍କ ପାଖରୁ ମିଳିଥିବା ସାମଗ୍ରୀର ଫଟୋ ସମସ୍ତ ଥାନାକୁ ପଠାଇବ କମିଶନରେଟ ପୋଲିସ। ଯଦି କେହି ହଜିଥିବ ମହିଳାଙ୍କ ବିଷୟର କିଛି ମାମଲା ଥିବା ତାହେଲେ ଚିହ୍ନଟ ପକ୍ରିୟା ସୁବିଧା ହେବ। ଗତକାଲି ଆସିଥିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତକ ଜଣେ ମହିଳା ବୋଲି ସ୍ପଷ୍ଟ ହୋଇଛି । ତାଙ୍କର ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ ।
ମହିଳା ଥାନାକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଜାଣିବା ଉପରେ ଫୋକସ କରିଛି ପୋଲିସ । ତାଙ୍କର ସ୍କେଚ୍ ଜାରି କରାଯିବ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ।
ଯାଁଳା ଫାଣ୍ଡି ଭିତରେ ଥିବା ଗାଡ଼ି ଭିତରକୁ କେମିତି ଓ କେଉଁ ପରିସ୍ଥିତିରେ ମୃତଦେହ ଆସିଲା ? କେମିତି କେହି କିଛି ଜାଣି ପାରିଲେ ନାହିଁ ? ମହିଳା କିଏ ? ତାଙ୍କର କେମିତି ମୃତ୍ୟୁ ହେଲା ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ନରକଙ୍କାଳ ସସପେନ୍ସ । ପୋଲିସର ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।