ପରିତାପର ବିଷୟ ରାୟଗଡା ଜିଲ୍ଲା ଶିଳ୍ପ ସମୃଦ୍ଧ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠାକାର ଲୋକମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବା ନିମନ୍ତେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇ ଚିକିତ୍ସିତ ହେବାକୁ ପଡୁଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉପାନ୍ତ ଅଞ୍ଚଳ ବାସୀଙ୍କ ପାଇଁ ଏହା ଉପହାସ ପାଲଟିଛି। ଏହା କେବଳ ଜିଲ୍ଲା ସଦର ମହକୁମାର ନୁହେଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଅନୁରୂପ ସ୍ଥିତି।
ରାୟଗଡା ଜିଲ୍ଲା ସଦରରେ ଗୋଟିଏ ମୁଖ୍ୟ ଚିକିତ୍ସାଳୟ ସହିତ ଗୁଣୁପୁରରେ ଗୋଟିଏ ସବଡିଭିଜନ ଚିକିତ୍ସାଳୟ ଅଛି । ଏହାସହ 34ଟି ପ୍ରାଇମେରୀ ହେଲଥ ସେଣ୍ଟର ରହିଛି । ଏ ସମସ୍ତ ଚିକିତ୍ସାଳୟ ନିମନ୍ତେ 249ଡାକ୍ତର ଆବଶ୍ୟକ ଥିବା ସ୍ଥଳେ ଅଛନ୍ତି ମାତ୍ର 154ଜଣ ।
ସେହିପରି 368ନର୍ସ ପଦବୀ ରହିଥିବା ବେଳେ ଅଛନ୍ତି ମାତ୍ର 259 । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ରାଜ୍ୟ ସରକାରଙ୍କର ଉପାନ୍ତ ଅଞ୍ଚଳ ନିମନ୍ତେ ଚିନ୍ତା କେତେ। ବର୍ଷବର୍ଷ ଧରି ଶହଶହ ଡାକ୍ତରୀ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଏଥିପ୍ରତି ନା ଧ୍ୟାନ ଦେଉଛି ପ୍ରସାସନ ନା ରାଜ୍ୟ ସରକାର। ତେଣୁ ସରକାର କେତେ ଶୀଘ୍ର ଖାଲିଥିବା ପଦବୀ ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା