ଗାଁରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ବି ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । କେବଳ ନାଳ କାହିଁକି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଘୋଡାଡିଆଁ ଗାଁ ଲୋକେ । ସେପଟେ ନାଳ ଉପରେ ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହରଭଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ । 24 ବର୍ଷର ବିଜେଡି ସରକାର ଘୋଡାଡିଆଁ ଗାଁ ଲୋକଙ୍କ ସମସ୍ୟା ସମାଧାନ କରିପାରିଲାନାହିଁ । ଏବେ ନୂଆ ସରକାରରେ ଖୁବଶୀଘ୍ର ନାଳ ଉପରେ ପୋଲ ବନ୍ଧାଯିବ ବୋଲି ଆଶା ବାନ୍ଧିଛନ୍ତି ଘୋଡାଡିଆଁ ଗାଁଲୋକେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: