ଅଧିକ ପଢନ୍ତୁ : ଏମିତି ବନ୍ଧୁ ସବୁବେଳେ ସାଥୀରେ ଥାଉ
ବର୍ତ୍ତମାନ ପିଣ୍ଟୁ ନନ୍ଦ ନିମୋନିଆର ଚିକିତ୍ସା ହେଉଛନ୍ତି। ବରିଷ୍ଠ ଓଡ଼ିଆ ଡକ୍ଟର ଅଶୋକ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କର ନିମୋନିଆ ଠିକ୍ ହେବା ପରେ ଲିଭର ପ୍ରତିରୋପଣ କରାଯିବ । ଏହାସହ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି ବୋଲି ତାଙ୍କ ସାଙ୍ଗ ସରୋଜ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
ପିଣ୍ଟୁ ନନ୍ଦଙ୍କ ବଡ଼ ଭାଇ ନିଜ ଲିଭର ଦାନ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ଏହା ଭିତରେ ଓଲିଉଡ ସହିତ ଅନେକ ବ୍ୟକ୍ତି ତାଙ୍କୁ ସାହାର୍ଯ୍ୟର ହାତ ବଢ଼େଇଛନ୍ତି । ଭିଡିଓରେ ପିଣ୍ଟୁ ନନ୍ଦ ନିଜେ ହାତରେ ଖାଉଥିବାର ଦେଖିବାକୁ ମିଳିଛି । ଭଗବାନଙ୍କ ପାଖରେ ସମସ୍ତଙ୍କ ପ୍ରାର୍ଥନା ପିଣ୍ଟୁ ନନ୍ଦ ଶୀଘ୍ର ଭଲ ହୋଇ ଫେରିଆସନ୍ତୁ ।
ଲିଭର ସିରୋସିସରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଂଟୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଲିଭର ଟ୍ରାନ୍ସପ୍ଲାଂଟ କରିବାକୁ କହିଥିଲେ । କିନ୍ତୁ ଏଥିପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ସହାୟତା ଲୋଡିଥିଲେ ପିଂଟୁ । ଆଉ ତା ପରେ, ପିଂଟୁଙ୍କ ସହାୟତା କରିବାକୁ ଆଗେଇ ଆସିଛି ଓଲିଉଡ୍ ସମେତ ତାଙ୍କୁ ଭଲ ପାଉଥିବା ଅନେକ ବ୍ୟକ୍ତି ।
୪୫ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡର ଜଣେ ଆଗଧାଡିର କଳାକାର । ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି । କେତେବେଳେ ଅଭିନେତା ତ କେତେବେଳେ ସହ ଅଭିନେତା ଏବଂ କମେଡିଆନ ଚରିତ୍ରରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି ଓ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି । କିନ୍ତୁ ଏବେ ସେ ଲିଭର ସିରୋସିସରେ ପୀଡିତ ହୋଇ ବଂଚିବାକୁ ସଂଘର୍ଷ କରୁଛନ୍ତି ।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ