
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍ସାଇଟ୍ରେ ରେଜଲ୍ଟ ଜାଣିପାରିବେ । ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ମିଳିଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମୀର ରଞ୍ଜନ ଦାସ ଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ମୋଟ ୬୮, ୩୭୪ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ କରିଥିବା ଛାତ୍ରଙ୍କ ସଂଖ୍ୟା ୩୮,୩୦୧(୩୯%) ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୩୦,୦୭୩(୩୧%) ଥିବା ଜଣାଯାଇଛି ।
ଚଳିତ ବର୍ଷ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୨୫,୩୩୯(୨୬%)ଜଣ ପାସ କରିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪, ୧୨୧(୨୪.୮%), ୩ୟ ଶ୍ରେଣୀରେ ୧୮,୨୬୮(୧୯%) ପାସ କରିଛନ୍ତି । ୯୦%ରୁ ଅଧିକ ନମ୍ବର ରଖି ୧୩୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ ହାରରେ ନୟାଗଡ଼ ଜିଲ୍ଲା ୮୬.୫୧% ହାରରେ ସର୍ବାଧିକ ଥିବାବେଳେ ଝାରସୁଗୁଡ଼ା ଜିଲ୍ଲା ସର୍ବନିମ୍ନ ବୋଲି ଜଣାଯାଇଛି ।
ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଥିଲେ। ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଲକ୍ଡାଉନ୍ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା ସୃଷ୍ଟି ହୋଇଥିଲା। ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
