ଧର୍ମେନ୍ଦ୍ର ଓ ଅଶ୍ଵିନୀଙ୍କ ବଢୁଛି ଲୋକପ୍ରିୟତା
ବିଜେପି ମୁହାଁ ଭୋଟର
ଗୋଟିଏ ପଟେ ନବୀନଙ୍କ ବ୍ରାଣ୍ଡ ଭ୍ୟାଲୁ କମୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଲୋକପ୍ରିୟତା ବେଶ ବଢିଥିବା କହୁଛି ଏହି ସର୍ଭେ ରିପୋର୍ଟ । ୨୦୨୩ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂରେ ୫୯ ନମ୍ବରରେ ଥିଲା ବେଳେ ୨୦୨୪ ରେ ବହୁତ ଉପରକୁ ଉଠି ୩୩ ନମ୍ବରରେ ରହିଛନ୍ତି । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ ରେ ଏହି ଲିଷ୍ଟ ର ୧୯ ନମ୍ବରରେ ଥିବା ବେଳେ ୨୦୨୪ ରେ ଉପରକୁ ଉଠି ୧୩ ନମ୍ବରରେ ପହଞ୍ଚିଛନ୍ତି ।
ଏଥର ବି 100 ସବୁଠୁ ଶକ୍ତିଶାଳୀ ଭାରତୀୟ ମଧ୍ୟରେ ଶୀଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ତୃତୀୟରେ ଆରଏସ୍ଏସର ମୁଖ୍ୟ ମୋହନ ଭାଗବତ । ଲିଷ୍ଟର ଚତୁର୍ଥ ସ୍ଥାନରେ ଭାରତର ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼, ପଞ୍ଚମ ସ୍ଥାନରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ନାଁ ରହିଛି । ଷଷ୍ଠ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଷ୍ଟମ ସ୍ଥାନରେ ନିର୍ମଳା ସୀତାରମଣ, ନବମ ସ୍ଥାନରେ ଜେପି ନଡ୍ଡା ଓ ଦଶମ ସ୍ଥାନରେ ଗୌତମ ଆଦାନୀ ରହିଛନ୍ତି । ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରଙ୍କ ନାଁ 52 ନମ୍ବରରେ ରହିଛି ।
ଦିନକୁ ଦିନ ମୋଦିଙ୍କ ଲୋକପ୍ରିତୟା ବଢୁଥିବାବେଳେ ନବୀନଙ୍କ ଲୋକପ୍ରିୟତା କମୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ । 24 ବର୍ଷର ସ୍ଥିର ସରକାର । ସବୁବେଳେ ଲୋକାଭିମୁଖୀ ଯୋଜନା କରନ୍ତି କହି ଖୁବ ଡେଣ୍ଡୁରା ପିଟନ୍ତି । ହେଲେ ଲୋକପ୍ରିୟତା କାହିଁକି କମୁଛି । ଆଉ ଦିନ କେଇଟା ପରେ ନିର୍ବାଚନ । ଆଉ ଏହା ପୂର୍ବରୁ ଏହି ରିପୋର୍ଟ କେତେ ପ୍ରଭାବ ପକାଇବ ତାହା ଦେଖିବାର କଥା।