ଏହି ଖବର ମିଳିବା ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ସାଇଁଟିଫିକ ଟିମ୍ ସହ ସିଆରପିଏଫ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ବୋମାକୁ ଠାବ କରିବା ପରେ ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରାଯାଇଛି। ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦିବ୍ୟଜୋତି ଦାସ ଉପସ୍ଥିତ ରହି ବୋମାକୁ ନିଷ୍କ୍ରିୟ କରିଛନ୍ତି। ତେବେ କିଏ କାହିଁକି ଏହି ବୋମା ରଖିଥିଲା ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ଶ୍ରୀ ଦାସ କହିଛନ୍ତି। ତେବେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ଘଟିନାହିଁ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବୋମା ନିଷ୍କ୍ରିୟ କଲେ ପୋଲିସ ଓ ସିଆରପିଏଫ ଯବାନ

ରାୟଗଡା: ବୋମା ନିଷ୍କ୍ରିୟ କରିଛନ୍ତି ପୁଲିସ ଓ ସିଆରପିଏଫ ଯବାନ। ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ଏହି ଘଟଣା ଘଟିଛି। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ସୁଙ୍ଗେର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଛାତଉପରେ ବୋମା ରହିଥିବା କାଶୀପୁର ପୁଲିସ ସୂଚନା ପାଇଥିଲା।
Download Argus News App
