ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମଦିନ ଥିବାରୁ ପିଏମ ଙ୍କ ରୁଟ ଉଭୟ ପାର୍ଶ୍ଵ ରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଏଥିପାଇଁ ରାସ୍ତା ର ଉଭୟ ପାର୍ଶ୍ଵ ରେ ବ୍ୟାରିଗେଟ ର ବ୍ୟବସ୍ଥା କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟି ରୁ ରାଜଧାନୀ ରେ ଟ୍ରାଫିକ କଟକଣା ବି ଲାଗୁ କରାଯାଇଛି।କମିଶନରେଟ୍ ପୁଲିସ ନିର୍ଦେଶ ନାମା ଅନୁସାରେ ଜୟଦେବ ବିହାର-ନାଲକୋ ଛକ ରାସ୍ତାର ଉଭୟ ପାର୍ଶ୍ଵରେ ବଳବତ୍ତର ରହିବ କଟକଣା । ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ । ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ ।
କିଛି କିଛି ସମୟ ବ୍ୟବଧାନରେ ଡଗ ସ୍ୱାଡ ଓ ବମ୍ ଡିଫ୍ୟୁଜାଲ ମଧ୍ୟ ଆସି ଆଖପାଖ ଅଞ୍ଚଳ ଯାଞ୍ଚ କରୁଛନ୍ତି। ଏହା ସହ ହୋଟେଲ ଏବଂ ଲଜ ଗୁଡ଼ିକ ଯାଞ୍ଚ ହେଉଛି.. ଆସନ୍ତା କାଲି ସକାଳ 7.30 ରୁ ଦିନ 3 ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର...