ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜଳାଶୟଗୁଡିକ ଉପରେ ଫୋକସ କରାଯାଉଛି । ୨୦ ପ୍ଲାଟୁନ ପୋଲିସ ମୁତୟନ ସହ ୫୦ ଊର୍ଦ୍ଧ୍ବ ଅଫିସର ଭୁବନେଶ୍ଵର ଉପରେ ନଜର ରଖିଛନ୍ତି।
ସର୍ବସାଧାରଣରେ ଏକାଠି ନ ହେବା ଏବଂ ରାସ୍ତାରେ ନିଶାଗ୍ରସ୍ତ ନହୋଇ ବୁଲିବା ଏବଂ ବିଭିନ୍ନ ଜଳାଶୟରେ ଗାଧୋଇବା ବେଳେ ବିପଦଜନକ ସ୍ଥାନକୁ ନଯିବା ପାଇଁ ପୋଲିସ ବାରଣ କରିଛି। ଏହା ସହ ପରିବାର ପରିଜନଙ୍କ ମଧ୍ୟରେ ରହି ସୁରକ୍ଷିତ ଭାବେ ପର୍ବ ପାଳନ କରିବାକୁ ନିବେଦନ କରିଛି ।