ବିଜେଡିରେ ମିଶିଲେ ପାଣ୍ଡିଆନ୍ । ନେତାଙ୍କ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି । କାରଣ ପାଣ୍ଡିଆନ୍ ବିଜେଡିରେ ମିଶିବେ ବୋଲି କୁଆଡେ ଦଳ ୨୦୧୪ରୁ ପ୍ଲାନ୍ କରିଥିଲେ । ଆଉ ପ୍ରିପ୍ଲାନ ଅନୁସାରେ ସେ ଅକ୍ଚୋବରରେ ସ୍ଵେଚ୍ଛାକୃତ ଅବସର ନେଲେ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ଆନୁଷ୍ଠାନିକ ଭାବରେ ସାମିଲ ହେଲେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ପାଣ୍ଡିଆନ୍ଙ୍କୁ କାଳେ ଦଳରେ ଅନେକ ନେତା ଗ୍ରହଣ କରିପାରୁନାହାନ୍ତି । ହେଲେ ବି ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ କେବଳ ଔପଚାରିକ ପାଇଁ ସ୍ଵାଗତ କରୁଥିବା କହିଛନ୍ତି ପ୍ରଦୀପ ।
କେବଳ ଏତିକି ନୁହେଁ ବରଂ ତାଙ୍କୁ ହରାଇବାକୁ ୨୦୧୯ରେ ପ୍ଲାନ ହେଲା କିନ୍ତୁ ସକ୍ସେସ୍ ହେଲାନାହିଁ ବୋଲି କହିଛନ୍ତି ପ୍ରଦୀପ । ଏହାସହ ବର୍ତ୍ତମାନ ପାଣ୍ଡିଆନ୍ କୌଣସି ଅଫିସର ନାହାନ୍ତି ତେଣୁ ତାଙ୍କୁ ଏତେ ସୁରକ୍ଷା କାହିଁକି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ।
ଏହାସହ ରୁବେନ ବାନାର୍ଜୀଙ୍କ ଲେଖାକୁ ନେଇ ବି ଦେଲେ ଟିପ୍ପଣୀ । କହିଲେ, ଆମେ ସିନା ଲେଖିଲେ ସନ୍ଦେହ କରିବେ ବିଜେଡି ଲୋକ । କିନ୍ତୁ ରୁବେନ ଅଭିଯୋଗ ସମ୍ବନ୍ଧରେ ଯାହା ଲେଖିଛନ୍ତି ତାହାକୁ ନେଇ ମୁହଁ ଖୋଲୁନାହାନ୍ତି ଶଙ୍ଖ ଦଳର ନେତା । କାରଣ ସିଏ ସତ ଲେଖିଛନ୍ତି । ସେ ଯାହା ବି ହେଉ । ପାଣ୍ଡିଆନ୍ଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବିଜେଡିରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆହୁରି ଖୁରାକ ଯୋଗାଇଛି ପ୍ରଦୀପଙ୍କ ମନ୍ତବ୍ୟ । ହେଲେ ଏନେଇ ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।