ସେପଟେ ଆବାସ ତାଲିକାରେ ହୋଇଥିବା ବ୍ୟାପକ ହେରଫେର ଉପରେ ପରଦା ପକାଇବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ପାଲଟା ଅଭିଯୋଗ କରିଛି ବିଜେଡି । ବିଜେଡି ଅଭିଯୋଗ କରିଛି ୧୫ ଲକ୍ଷ ଘର ଆବଶ୍ୟକ ଥିବା ବେଳେ ମାତ୍ର ୮ ଲକ୍ଷ ଘର ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ବିଧାନସଭାରେ ପଞ୍ଚାୟତରାଜ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ଓଡିଶାରେ ୧୨ ଲକ୍ଷ ୨୪ ହଜାର ୭୨୬ ପରିବାର କଚ୍ଚାଘରେ ରହୁଛନ୍ତି । ଆଉ ରାଜ୍ୟସଭା ଉତ୍ତରରୁ ମିଳିଥିବା ତଥ୍ୟ କହୁଛି ଓଡିଶା ପାଇଁ କେନ୍ଦ୍ର ସରକାର ୨୬ ଲକ୍ଷ ୯୫ ହଜାର ୮୩୭ ପକ୍କାଘର ଯୋଗାଇ ଦେଇଛନ୍ତି । ଏଥିରୁ ୧୮ ଲକ୍ଷ ୩୬ ହଜାର ୩୯୧ ଘର ରାଜ୍ୟ ସରକାର ହିତାଧିକାରୀଙ୍କୁ ବଣ୍ଟନ କରିଥିବା ବେଳେ ଆହୁରି ୮ ଲକ୍ଷ ୫୯ ହଜାର ୪୪୬ ଘର ବାଣ୍ଟି ପାରିନାହାନ୍ତି ରାଜ୍ୟ ସରକାର ।
ଆବାସ ପ୍ଲସ ପୋର୍ଟାଲରେ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଡେଡଲାଇନ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର । ପରବର୍ତ୍ତୀ ସମୟରେ ୦୭ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଡେଡଲାଇନ ସମୟ ବୃଦ୍ଧି କରିବା ସହ ୪ ଥର ଆବାସ ପ୍ଲସ ପୋର୍ଟାଲ ଖୋଲିଥିଲେ କେନ୍ଦ୍ର ସରାକର । କେବଳ ଏତିକି ନୁହେଁ, ବାତ୍ୟା ଫନିର କ୍ଷୟକ୍ଷତି ପାଇଁ ଡେଡଲାଇନ ସରିବା ପରେ ମଧ୍ୟ ଆଉ ୨ ଥର ଆବାସ ପ୍ଲସ ପୋର୍ଟଲ ଖୋଲିଥିଲେ କେନ୍ଦ୍ର ସରକାର । ୧୩ ଲକ୍ଷ ୨୦ ହଜାର ୯୪୫ ହିତାଧିକାରୀଙ୍କ ନାଁ ରେଜିଷ୍ଟର କଲେ ରାଜ୍ୟ ସରକାର । କିନ୍ତୁ ଏଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବା ସହ ବ୍ୟାପକ ହେରଫେର ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ବିଜେପି ସାଂସଦ ।