ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଲେ ପ୍ରହଲ୍ଲାଦ ତ୍ରିପାଠୀ । ପୂର୍ବତନ ନବରଙ୍ଗପୁର ଜିଲ୍ଲା ବିଜେଡ଼ି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ପ୍ରହଲ୍ଲାଦ । ଆଜି ବିଜେଡ଼ିରୁ ଦେଇଥିଲେ ଇସ୍ତଫା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବିଜେଡ଼ି ନେତା ପ୍ରହଲ୍ଲାଦ ତ୍ରିପାଠୀ । ଏହାସହ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅନେକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ମା'ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରହା ଖାନ। ଶୁକ୍ରବାର ତାଙ୍କ ମା' ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଏବେ ତାଙ୍କ ନିଧନକୁ ନେଇ ଫାରହା ଏବଂ ତାଙ୍କ ଭାଇ ସାଜିଦ ଖାନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫାରହା ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ମୋ ମା'ଙ୍କୁ ବହୁତ ଭଲ ପାଏ। ତୁମ କଥା ସବୁବେଳେ ମନେପଡ଼ିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଦେଶଭକ୍ତିର କଲମରେ, ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26 । ଏବେ ବି ସାକ୍ଷୀ କାରଗିଲରେ ଦଣ୍ଡାୟମାନ ହୋଇ ରହିଥିବା ସେହିସବୁ ଗିରିଶୃଙ୍ଗ । ଯାହାକୁ ସେଦିନ ରକ୍ତରେ ଭିଜାଇ ତ୍ରିରଙ୍ଗାର ଟେକ ରଖିଥିଲେ ଶୌର୍ଯ୍ୟ, ସଂଗ୍ରାମର ତିଳକ ପିନ୍ଧିଥିବା ଭାରତୀୟ ସେନାର ବୀର ଯବାନ । ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ରକୁ ବୀରତ୍ବର ଥାପ୍ପଡ ଲଗାଇ, ସେନାମୁଖ୍ୟ ପରଭେଜ୍ ମୁଶାରଫ ଜିହାଦର ଜାମା ପିନ୍ଧାଇ ପଠାଇଥିବା ସୈନିକଙ୍କୁ କବର ଦେଇ ଇତିହାସରେ ନୂଆ ଏକ ଅଧ୍ୟାୟ ଲେଖିଥିଲା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଭାରତ । ସେଥିପାଇଁ ପ୍ରତିବର୍ଷ ଜୁଲାଇ 26ରେ ପାଳନ ହେଉଛି ପରାକ୍ରମ ଦିବସ ।
ପରାକ୍ରମ ଦିବସ ଅବସରରେ ୧୯୯୯ର ସେହି ପରାକ୍ରମୀଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଯୁଦ୍ଧ ସ୍ମାରକୀସ୍ଥଳକୁ ଯାଇ ପ୍ରଧାନମନ୍ତ୍ରୀ କାରଗିଲ ଯୁଦ୍ଧରେ ପ୍ରାଣର ଆହୁତି ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି । ଏଥିସହ ପାକିସ୍ତାନ ଉପରେ ଭୀଷଣ ବର୍ଷିଛନ୍ତି । ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆଡ୍ଡା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଛି । ସବୁ ଷଡ଼ଯନ୍ତ୍ରରେ ଫେଲ୍ ମାରିଥିଲେ ବି ନିଜ ଇତିହାସରୁ ପାକିସ୍ତାନ କିଛି ଶିଖିପାରିନି । ତେବେ ପାକିସ୍ତାନକୁ ସେନା ଦୃଢ଼ ଜବାବ ଦେଇ ଆସିଛି, ଆଗକୁ ବି ଦେଇ ଚାଲିବ କହି ସୀମା ଏପଟୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ମୋଦି । କାରଗିଲ ଯୁଦ୍ଧର ସହିଦମାନଙ୍କ ପରିବାରକୁ ଭେଟି ବିଜୟ ଦିବସ ଅବସରରେ ଆଶ୍ବାସନା ଜଣାଇଛନ୍ତି ମୋଦି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବି ବୀରତ୍ବ ପ୍ରଦର୍ଶନ କରାଯାଇଛି ।
ଏପଟେ କାରଗିଲ୍ ଦିବସର ରଜତ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରୁ ଥିରୁଅନନ୍ତପୁରମ, ଲକ୍ଷ୍ନୌରୁ କୋଲକାତା, ଭୋପାଳ, ଜୟପୁର, ଡେରାଡୁନ୍, ସବୁଠି ସହିଦମାନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ୱାର ମେମୋରିଆଲରେ ତିନି ସେନାମୁଖ୍ୟଙ୍କ ସହ ସହିଦଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।
କାରଗିଲ୍ ସଂଗ୍ରାମରେ ଯୁଝି, ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା 13 ଜଣ ଓଡ଼ିଆଙ୍କ ବୀରତ୍ବଗାଥା ବି କିଛି କମ୍ ନୁହେଁ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣାଙ୍କୁ ଝୁରୁଛି ଜନ୍ମମାଟି । ପ୍ରତିଦିନ ସହିଦ ଗୋପୀନାଥଙ୍କ ମାଆ ଗାଁରେ ଥିବା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖକୁ ଆସି ଫୁଲ ଦେଲା ବେଳେ ଆଖିରେ ଲୁହ ଜକେଇ ହୋଇ ଯାଏ । ଆସ୍କା ମାଟିର ଗର୍ବ ଓ ଗୌରବ ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଉମାକାନ୍ତ ପଟ୍ଟନାୟକଙ୍କୁ ବି ଝୁରି ହେଉଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ । ବିଜେପି ପକ୍ଷରୁ ମଧ୍ୟ ସାରା ରାଜ୍ୟରେ ପାଳନ କରାଯାଇଛି ସହିଦ ଦିବସ ।
60 ଦିନର ଲମ୍ବା ସଂଘର୍ଷ ପରେ ୧୮ ହଜାର ଫୁଟ୍ ଉଚ୍ଚରେ ଲୁଚି ରହିଥିବା ଶତ୍ରୁଙ୍କୁ ମାତ୍ ଦେଇ ବିଜୟ ଉଲ୍ଲାସ ପାଳିଥିଲା ସାରାଦେଶ । ହେଲେ ଏହା ପଛରେ ଥିଲା ୨୬ ଅଫିସର ଓ ୫୨୭ ଯବାନଙ୍କ ବଳିଦାନ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଘଟିଛି ଅନ୍ତ। ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭ, ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଆଜି ଶୁଭ ଉଦଘାଟନ। ଏହି ବିଶାଳ କ୍ରୀଡ଼ା ପ୍ରତିଯୋଗିତା ଯେମିତି ସ୍ବତନ୍ତ୍ର ,ଏହାର ଓପନିଙ୍ଗ ସେରିମନି ମଧ୍ୟ ଚଳିତ ଥର ହେବ ଅନନ୍ୟ।୧୮୯୬ରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭର ଶୁଭ ଉଦଘାଟନୀ ପାଭିଲିୟନ ଭିତରେ ନହୋଇ ୧୨୮ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ହେବ ପ୍ୟାରିସର ସିନ୍ ନଦୀ କୂଳରେ।
୩୩ତମ ଅଲିମ୍ପିକ୍ସ ଗେମକୁ ଅଭୁଲା ରଖିବା ପାଇଁ ଫ୍ରାନ୍ସ କରିଛି ସବୁ ପ୍ରକାର ତୟାରି। ୯୪ଟି ନୌକାରେ ସିନ୍ ନଦୀ କୂଳରେ ପ୍ୟାରେଡ଼ କରିବେ ୧୦ ହଜାର ୫୦୦ରୁ ଉର୍ଦ୍ଧ୍ବ ଆଥେଲିଟ୍ସ। ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେରିମନିରେ ୬ କିଲୋମିଟର ପର୍ଯ୍ୟନ୍ତ ପ୍ୟାରେଡ଼ ଅନୁଷ୍ଠିତ ହେବ। ଖେଳାଳି ପୁରା ସହର ବୁଲି ଟ୍ରୋକେଡାରୀ ଗାର୍ଡ଼େନ ପହଁଚିବା ପରେ ଆରମ୍ଭ ହେବ ଫାଇନାଲ୍ ଶୋ'। ଆଉ ଶୋ ଦେଖିବାକୁ ୩ ଲକ୍ଷରୁ ବି ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା।
ଅଲମ୍ପିକ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରତିଥର ୫ଟି ସ୍ଥାନ ସ୍ଥିର ଥାଏ। ୧୮୯୬ରେ ମଡ଼ର୍ଣ୍ଣ ଅଲମ୍ପିକ୍ସର ଆରମ୍ଭ ୟୁନାନ ରୁ ହୋଇଥିବାରୁ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରଥମ ସ୍ଥାନରେ ଗ୍ରୀସ୍ ରହିବ। ଏହାପରେ ଦ୍ବିତୀୟ ସ୍ଥାନରେ ଅଲମ୍ପିକର ରିଫ୍ୟୁଜି ଟିମ ରହିଥାଏ। ଭାରତର ଅଲମ୍ପିକ ଦଳ ୮୪ ନମ୍ବରରେ ରହିବ।
୧୧୭ ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଅଲମ୍ପିକ ଦଳର ଫ୍ଲାଇଂ ବିଅରର ଷ୍ଟାର ସଟଲର୍ ପି ଭି ସିନ୍ଧୁ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଳ ତ୍ରିରଙ୍ଗା ଧରି ଆଗରେ ଚାଲିବେ। ପି ଭି ସିନ୍ଧୁ ଭାରତୀୟ ଦଳର ଏକମାତ୍ର ମହିଳା ଖେଳାଳି ଯିଏକି ଦୁଇଥର ଅଲମ୍ପିକ ମେଡାଲ୍ ହାତେଇଛନ୍ତି। ଓପନିଙ୍ଗ ସେରିମନି ସ୍ଥାନୀୟ ସମୟ ୭ଟା ୩୦ ଏବଂ ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ।
ସେପଟେ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ଭାରତୀୟ ମହିଳା ତୀରନ୍ଦାଜୀ ଦଳର କମାଲ ଦେଖିବାକୁ ମିଳିଛି । କ୍ୱାର୍ଟରରେ ପ୍ରବେଶ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ । ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଭାରତୀୟ ଦଳରେ ଡେବ୍ୟୁଡାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର