- ବିଏମସି ଇଲାକାରେ ମୋଟ 72ଟି ଖାଲୁଆ ଅଞ୍ଚଳ ଚିହ୍ନଟ କରାଯାଇଛି ।
- ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋଇଛି ବ୍ୟବସ୍ଥା ।
- ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।
- ବିଏମସି ଓ ଅଗ୍ନିଶମ ବିଭାଗର 27ଟି ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ।
- ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି ।
- ଜିରୋ କାଜୁଆଲିଟି ଉପରେ ଦିଆଯାଇଛି ଗୁରୁତ୍ୱ ।
- ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସବୁ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ଓ ଭୁବନେଶ୍ୱର ନଛାଡିବାକୁ ନିର୍ଦେଶ ।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର କୌଣସି ଏକ ସ୍ଥାନରେ ଉପକୂଳ ଛୁଇଁପାରେ ସାମୁଦ୍ରିକ ଝଡ଼ । ଆସନ୍ତା 10 ଘଣ୍ଟା ଭିତରେ ଲଘୁଚାପ ବାତ୍ୟାର ରୂପ ନେଇପାରେ । ପରାଦୀପ ଠାରୁ 760 କିମି ଦୂରରେ ଏହା ରହିଛି । ଲ୍ୟାଣ୍ଡଫଲ ବେଳକୁ ୯୦ରୁ ୧୧୦ କିମି ପବନ ବେଗ ରହିପାରେ । ୪ ତାରିଖ ସନ୍ଧ୍ୟା ଓ ୫ ତାରିଖ ସକାଳ ଭିତରେ ଉପୂକଳ ଛୁଇଁପାରେ । ଏହାର ପ୍ରଭାବରେ ଗଂଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁରରେ ଅଧିକ ପ୍ରଭାବ ପଡିବ । ପୁରୀ ଓ ଜଗତସିଂହପୁରରେ ଘଣ୍ଟାକୁ ୧୦୦ କିମି ବେଗରେ ପବନ ବହିବ ।